ବେଆଇନ ମଦ ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ବଜାର ଓ ଅନନ୍ତପୁର ଛକ ଠାରୁ ବେଆଇନ ମଦ ଜବତ ହୋଇଥିବା ଜଣାଯାଇଛି । ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ ମଦ ଜବତ କରାଯାଇଛି । ଏହାଛଡା ଅଭିଯୁକ୍ତକୁ ଗିରଫ ସହ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଚଢ଼ାଉରେ ଏଏସଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅଜିତ କୁମାର ସିଙ୍କୁ, ଶିବପ୍ରସାଦ ସାହୁ, ରମେଶ ନାୟକ ପ୍ରମୁଖ ସାମିଲ ଥିଲେ ।