ବେଆଇନ ମେଟାଲ ବୋଝେଇ ଟ୍ରାକ୍ଟର ଜବତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ତହସିଲ ଅଧିନ ଶାସନ ଆମ୍ବଗାଁ ପାହାଡ଼ରୁ ବେଆଇନ ଭାବେ ମେଟାଲ ଚାଲାଣ କରୁଥିବା ଅଭିଯୋଗରେ ସ୍ଥାନୀୟ ରାଜସ୍ୱ କର୍ମଚାରୀ ମାନେ ଏକ ମେଟାଲ ବୋଝେଇ ଟ୍ରାକ୍ଟର (ଓଡ଼ି୦୭ଏସ ୪୦୩୪)କୁ ଜବତ କରିଛନ୍ତି । ସୋମବାର ଭୋରରେ ଶାସନଆମ୍ବଗାଁ ପାହାଡ଼ରୁ ବେଆଇନ ଭାବେ ମେଟାଲ ଚାଲାଣ କରୁଥିବା ଖବର ପାଇ ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ରାଜସ୍ୱ ନିରୀକ୍ଷକ ମଞ୍ଜୁଲତା ବେହେରା ଓ ସୁଧାଂଶୁ ପାଣିଗ୍ରାହୀ ଘଟଣା ସ୍ଥଳରେ ପଂହଚି ମେଟାଲ ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ । ଗତ କିଛି ଦିନ ଧରି ବେଆଇନ ଭାବେ ବିଭିନ୍ନ ନଦୀରୁ ବାଲି ଓ ପାହାଡ଼ରୁ ପଥର, ମେଟାଲ ଓ ମୋରମ ଚୋରା ଚାଲାଣ ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସ୍ଥାନୀୟ ରାଜସ୍ୱ କର୍ମଚାରୀ ମାନେ ଅର୍ତକିତ ଚଢାଉ କରୁଛନ୍ତି । ରାଜସ୍ୱ କର୍ମଚାରୀ ମାନଙ୍କ ଅର୍ତକିତ ଚଢାଉ ପରେ ବହୁ ମାପିଆଙ୍କ ନିଦ ହଜିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ