ବେକରେ ଫାଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା

ବୁଗୁଡ଼ା, (ଅନିଲ କୁମାର ମହାରଣା): ଆଜି ମଧ୍ୟାହ୍ନରେ ବୁଗୁଡା ଥାନା ବିଷ୍ନୁଚକ୍ର ଗ୍ରାମରେ ବେକରେ ଫାଶି ଲଗାଇ ଜଣେ ବିବାହିତ ଯୁବତୀ ଆତ୍ମହତ୍ୟା କରିଛନ୍ତି। ତିନି ବର୍ଷ ପୂର୍ବେ ବିଷ୍ଣୁଚକ୍ର ଗ୍ରାମର ରାଜମିସ୍ତ୍ରୀ ମହେଶ୍ୱର ଜେନାଙ୍କ ଝିଅ ଅବନ୍ତୀ ଗାଙ୍ଗପୁର ଥାନା ଅନ୍ତର୍ଗତ ଲଣ୍ଡା ଜୁଆଳି ଗ୍ରାମର ଯୁବକ ଟୁକୁନା ପାଗଡକୁ ବୈଦିକ ରୀତିରେ ବିବାହ ହୋଇଥିଲେ। ବାହାଘରର କିଛି ମାସ ଯାଏଁ ସବୁ ଠିକ୍ ଠାକ୍ ଚାଲିଥିଲା। କିନ୍ତୁ ପରେପରେ ଟୁକୁନାଙ୍କ ପତ୍ନୀ ଅବନ୍ତୀ (୨୫) ଙ୍କୁ ଶାଶୁଘର ପରିବାର ଲୋକେ ନିର୍ଯ୍ୟାତନା ଦେଇଆସୁଥିଲେ। ଆଜି ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଅବନ୍ତୀଙ୍କୁ ତାଙ୍କ ସ୍ଵାମୀ ଟୁକୁନା ଓ ଅବନ୍ତୀଙ୍କ ଶାଶୁ, ଅବନ୍ତିଙ୍କୁ ଆଣି ବିଷ୍ଣୁଚକ୍ର ଗ୍ରାମରେ ତାଙ୍କ ବାପା ଘରେ ଛାଡିଦେଇ ପଳାଇଥିଲେ। ଅବନ୍ତୀଙ୍କ ବାପା ମହେଶ୍ୱର ରାଜମିସ୍ତ୍ରୀ କାମ କରୁଥିବାରୁ ସେ କାମକୁ ଚାଲି ଯାଇଥିବା ବେଳେ ଅବନ୍ତିଙ୍କ ମଧ୍ୟ କୌଣସି କାମରେ ବାହାରକୁ ଯାଇଥିଲେ। ଘରେ କେହିନଥିବାର ସୁଯୋଗ ଦେଖି ବୈବାହିକ ଜୀବନର ଯନ୍ତ୍ରଣାରେ ଭାଙ୍ଗି ପଡ଼ିଥିବା ଅବନ୍ତୀ ଶେଷରେ ନିଜ ବାପା ଘରର ଏକ ଓରରେ ଦୌଡି ବାନ୍ଦି ଫାଶି ଦେଇ ଆତ୍ମହତ୍ୟା କରିଥିଲେ। କିଛି ସମୟ ପରେ ଘର ଲୋକ ଆସି ଅବନ୍ତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖି, ପୋଲିସ ରେ ଖବର ଦେବା ପରେ ବୁଗୁଡା ପୋଲିସ ଘଟଣା ସ୍ଥଳକୁ ଯାଇ ମୃତ ଦେହ ଉଦ୍ଧାର କରି ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ। ଅବନ୍ତୀଙ୍କର ଏକ ଦୁଇ ବର୍ଷର ଝିଅ ଥିବା ଜଣା ପଡ଼ିଛି।ବୁଗୁଡା ପୋଲିସ ଏକ ଅପମୃତ୍ୟୁ କେଶ ନଂ ୯ ପ୍ରକାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବୁଗୁଡ଼ା ଆଇ.ଆଇ.ସି. ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ