ଘରକୁ ଫେରିଲେଣି ୩୭୦୪ ଜଣ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୩୭୦୪ ଜଣ ଘରକୁ ଫେରି ଥିବା ବେଳେ ଆହୁରି ୨୨୪୨ ଜଣ ପ୍ରବାସୀ ଓଡ଼ିଆ ସଙ୍ଗରୋଧ ଓ ଚିକିତ୍ସାଧୀନ ଥିବା ଜଣାପଡିଛି। ବୁଗୁଡା ବ୍ଲକକୁ ମୋଟ ୫୯୪୬ ଜଣ ପ୍ରବାସୀ ଓଡ଼ିଆ ଆସି ଥିବା ବେଳେ ନିର୍ଦ୍ଦିଷ୍ଟ ସମୟ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ କୌଣସି ପ୍ରକାର କରୋନା ଲକ୍ଷଣ ଦେଖା ଦେଇନଥିବା ବେଳେ ୩୭୦୪ ଜଣଙ୍କୁ ସେମାନଙ୍କ ଘରକୁ ପଠାଇ ନିଜ ଘରେ ୧୪ ଦିନ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରବାସୀ ଓଡିଆମାନେ ଘରକୁ ଫେରିବା ବେଳେ କାନକୁଟୁରୁ କେନ୍ଦ୍ରରେ ସେମାନଙ୍କୁ ହୁଳହୁଳି ଦେଇ ବନ୍ଦାପନା କରି ବିଦାୟ ଦେଇଥିବା ବେଳେ ଖୋଳଖାଳି ଗ୍ରାମରେ ମଧ୍ୟ ବହୁ ସାଜସଜ୍ଜା କରି ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ଏଣେ ଯେଉଁମାନେ ନୂତନ ଭାବେ ଆସିଛନ୍ତି ସେମାନଙ୍କୁ ଥର୍ମାଲ ସ୍କାନିଂ କରାଯାଇ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ଓ ଟେକିନିସିଆ କାଳୀ ପ୍ରସାଦ ସାହୁ ସୁରାଟରୁ ଫେରିଥିବା ମକରାପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେନ୍ଦ୍ରର ୪୦ ଜଣ, ମାଣିତରା ବିଜ୍ଞାନ ମହାବିଦ୍ୟାଳୟ କେନ୍ଦ୍ରର ୬୭ ଜଣ ଓ ଚିଲିଖମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେନ୍ଦ୍ରର ୫୭ ଜଣଙ୍କୁ ପରୀକ୍ଷା କରିଥିବା ବେଳେ ମାଣିତରା କଲେଜରେ ଯୁବ ରେଡକ୍ରସ ଗାଇଡ଼ ଟିଚର ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଯୁବ ରେଡକ୍ରସ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ