ବେକରେ ରଶି ଦେଇ ନାବାଳକଙ୍କ ଆତ୍ମହତ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଗୋରିବନ୍ଧା ପଞ୍ଚାୟତ ଅନ୍ତର୍ଗତ ଖୁରିଗାଁର ଜଣେ ୧୭ବର୍ଷୀୟ ନାବାଳକ ଆତ୍ମହତ୍ୟା କରିଥିବାର ଜଣାପଡିଛି । ସେ କୌଣସି କାରଣରୁ ନିଜ ବେକରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି ବୋଲି ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କ ସୂତ୍ରରୁ ପ୍ରକାଶ । ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ଏନେଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି । ମୃତକଙ୍କ ପରିବାର ଲୋକେ ତାଙ୍କୁ ପ୍ରଥମେ ଉଦ୍ଧାର କରି କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷାଣା କରିଥିଲେ ନାବାଳକଙ୍କୁ । ଏନେଇ କାଶୀନଗର ଥାନାରେ ୩/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବାର ଥାନା ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ