ଭାରତ ବଞ୍ଚାଅ ଦିବସ ଓ ଶ୍ରମିକ-କୃଷକ-କ୍ଷେତ ମଜଦୁର ଗଣ ସତ୍ୟାଗ୍ରହ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କୃଷକ ବିରୋଧୀ ୩ଟି କୃଷି ଆଇନ ରଦ୍ଦ କରିବା, ଶ୍ରମିକ ବିରୋଧୀ ୪ ଶ୍ରମ କୋଡ ବାତିଲ କରିବା, ମନରେଗାରେ ବାର୍ଷିକ ୨୦୦ ଦିନର କାମ ଓ ଦୈନିକ ମଜୁରୀ ୬୦୦ ଟଙ୍କା ଧାର୍ଯ୍ୟ କରିବା, ଏମ୍ ଏସ୍ ସ୍ୱାମୀନାଥନ କମିଶନ ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟ ଗୁଡିକର ସହାୟକ ମୂଲ୍ୟ ଅର୍ଥ ଖର୍ଚ୍ଚର ଦେଢଗୁଣା ପାଇଁ ଆଇନ ପ୍ରଣୟନ କରିବା, ସମସ୍ତ ଲୋକଙ୍କୁ ମାଗଣାରେ ଟୀକା ଓ ଡିସେମ୍ବର ୨୦୨୧ ମଧ୍ୟରେ ଦେବାରେ ବ୍ୟବସ୍ଥା କରିବା, ଆୟକର ଦେଉ ନଥିବା ପ୍ରତ୍ୟେକ ପରିବାରକୁ ମାସିକ ୭୫୦୦ ଟଙ୍କା ଓ ମୁଣ୍ଡପିଛା ୧୦ କେଜି ଚାଉଳ ୬ ମାସ ପାଇଁ ଦେବା, ସରକାରୀ ଉଦ୍ୟୋଗର ଘରୋଇ କରଣ ବନ୍ଦ କରିବା, କୋଭିଡ ସମୟରେ କାମ କରୁଥିବା ସବୁ କ୍ଷେତ୍ରରେ ନିଯୁକ୍ତ ଶ୍ରମିକମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଗ୍ରହଣ କରିବା ସହିତ ପ୍ରତି କୋଭିଡ ଯୋଦ୍ଧାଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଜୀବନ ବୀମା କରିବା, ଭାଗଚାଷୀମାନଙ୍କୁ ଚାଷିର ମାନ୍ୟତା ଦେବା ସହିତ ଅଧିକାର ପ୍ରଦାନ କରିବା, କୋଭିଡ ଦ୍ୱାରା ମୃତକଙ୍କୁ ପଞ୍ଜିକରଣ କରାଯାଇ ସଂପୃକ୍ତ ପିଡିତ ପରିବାରକୁ ପ୍ରମାଣ ପତ୍ର ପ୍ରଦାନ ସହିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୫ ଅନୁଯାଇ ପ୍ରତ୍ୟେକ ମୃତ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା । ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ଆକଳନ କରି ଆର୍ଥିକ ସହାୟତା ପ୍ରଦାନ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିର ନିୟମାବଳୀକୁ ସଂଶୋଧନ କରାଯାଉ ଓ ସହାୟତା ପ୍ରଦାନ କରାଯିବା ଦାବିରେ ସୋମବାର କେନ୍ଦ୍ରାପଡା ଜିଲାପାଳଙ୍କ ଦପ୍ତର ସମ୍ମୁଖରେ ଅଖିଳ ଭାରତ କୃଷକ ସଭା (ଏଆଇକେଏସ୍‌), ଭାରତର ଟ୍ରେଡ ୟୁନିୟନ କେନ୍ଦ୍ର (ସିଆଇଟିୟୁ), ଅଖିଳ ଭାରତ କ୍ଷେତ ମଜଦୁର ୟୁନିୟନ (ଏଆଇଏଡବ୍ଲୁୟୁ) କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ମିଳିତ ଭାବେ ଭାରତ ବଞ୍ଚାଅ ଦିବସ ପାଳନ ସହିତ ଗଣ ସତ୍ୟାଗ୍ରହ କରାଯାଇଛି । ପ୍ରକାଶ ଥାଉକି, ଗତ ୨ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁଁ ଦେଶ ତଥା ରାଜ୍ୟବାସୀ ଘୋର ଦୁର୍ଦିନର ସମ୍ମୁଖୀନ ହୋଇଛନ୍ତି । ଠିକ୍ ଏତିକିବେଳେ ଆନ୍ତର୍ଜାତୀୟ ବଜାରରେ ତେଲର ଦର କମିବା ପରିବର୍ତେ ହୁ ହୁ ବଢିବା ଫଳରେ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ସର୍ବାଧିକ ମଧ୍ୟବିତ ଓ ନିମ୍ନମଧ୍ୟବିତ ଶ୍ରେଣୀର ଲୋକଙ୍କ ପକେଟକୁ ଲୁଟ କରାଯାଇଛି । କୋଟି କୋଟି ଶ୍ରମିକ ଦିନ ମଜୁରିଆ, ଛୋଟ ଦୋକାନୀ, ଅଟୋ ଡ୍ରାଇଭର ରୋଜଗାର ହରାଇଛନ୍ତି । ସ୍ୱାଧିନତାର ୮୦ ବର୍ଷ ପୂର୍ବେ ୧୯୪୨ ଅଗଷ୍ଟ ୯ରେ ବିଦେଶୀ ଶାସକ ମାନଙ୍କ ବିରୋଧରେ ଭାରତ ଛାଡ ଆନ୍ଦୋଳନ ପାଳନ କରା ଯାଇଥିଲା । ସେହି ସ୍ମରଣୀୟ ଦିନକୁ ମନେ ପକାଇ ଆଜିର ସରକାର ବିଦେଶି ଓ ଦେଶି ପୁଞ୍ଜିପତି, ଶିଳ୍ପପତି ମାନଙ୍କ ସର୍ତ୍ତରେ ନେଇଥିବା ନୀତିକୁ ପରିତ୍ୟାଗ କରିବା ସହିତ ଜାତୀୟ ସମ୍ପଦର ଅବାଧ ବିକ୍ରିକୁ ବନ୍ଦ କରି ଦେଶକୁ ଏବଂ ଦେଶର ଜନଗଣଙ୍କ ଅଧିକାରକୁ ରକ୍ଷା କରିବା ପାଇଁ ମୋଦୀ ଏବଂ ନବୀନ ସରକାରଙ୍କ ନିକଟରେ ଆଜିର ଆନ୍ଦୋଲନରେ ଆହ୍ୱାନ ଦିଆଯାଇଥିଲା । ଏହି ଆନ୍ଦୋଳନରେ ଓଡିଶା କୃଷକ ସଭାର ଜିଲା ସଂପାଦକ ଗୟାଧର ଧଳ, ସିଆଟିୟୁର ଜିଲା ନେତା ମାଧବ ଦାସ, ବରିଷ୍ଠ କୃଷକ ନେତା ଉମେଶ ଚନ୍ଦ୍ର ସିଂହ, କ୍ଷେତ ମୁଲିଆ ନେତା ନରୋତ୍ତମ ପାର୍ଥ ସାରଥୀ, କୃଷକ ସଭାର ଜିଲା ନେତା ବିଜୟ ଦାସ, ରତ୍ନଞ୍ଜୟ ମଲିକ, ଦିଲିପ କୁମାର ପଣ୍ଡା, କବିତା ପ୍ରଧାନ, ସୁରେଶ ନାୟକ, କେଦାର ବେଉରା, ଭଞ୍ଜ କିଶୋର ପାଲ, ମାନ ଗୋବିନ୍ଦ ସ୍ୱାଇଁ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଶେଷରେ ଅତିରିକ୍ତ ଜିଲାପାଳ ସଭାସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ