ବେକରେ ରଶି ଦେଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ଦିଗପହଣ୍ଡ : ବେକରେ ରଶି ଦେଇ ଆତ୍ମହତ୍ୟା ଉଦ୍ୟମ କରି ଜଣେ ଯୁବକ ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡିଛି । ସେ ହେଲେ ପାଟପୁର ଥାନା ଅଧିନସ୍ଥ କତାପଲ୍ଲୀ ଗ୍ରାମର ବଳରାମ ପାଇକ (୨୦) । ରବିବାର ପୂର୍ବାହ୍ନରେ ବଳରାମ ଘରେ କେହି ନଥିବା ବେଳେ ବେକରେ ରଶି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ବର୍ଗ ଘରେ ପହଞ୍ଚିବା ବେଳେ ବଳରାମଙ୍କୁ ଝୁଲନ୍ତ ଅବସ୍ଥା ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।