ନେପାଳରେ ଘୂର୍ଣ୍ଣିଝଡ ତାଣ୍ଡବ ,୨୭ ମୃତ ,୪୦୦ ଆହାତ ,ଉଦ୍ଧାର କାର୍ଯ୍ୟ ଜୋରଦାର

କାଠମାଣ୍ଡୁ ନେପାଳରେ ରବିବାର ଦିନ ପ୍ରବଳ ଘୂର୍ଣ୍ଣିଝଡ ହୋଇଛି ।ଏହି ଝଡରେ ୨୭ ଜଣଙ୍କ ପ୍ରାଣ ହାନି ଘଟିଥିବା ବେଳେ ୪୦୦ ସହ ଜଣ ଆହାତ ହୋଇଛନ୍ତି । ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ଘଟଣା ସ୍ଥଳରେ ଝଡ ଅଞ୍ଚଳରେ ୨ ହେଲିକେପ୍ଟର ଓ ଶହେ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଟ୍ୱିଇଟ ଜରିଆରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ୪୦୦ ଆହାତ ହୋଇଥିବା ସେ କହିଛନ୍ତି । ସେନା ବରିଷ୍ଠ ଅଧିକାରୀ ରାଜେଶ ପୈାଦେଲେ କହିଛନ୍ତି ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ । ମୃତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି । କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରବଳ ପବନ ଓ ବର୍ଷା ଯୋଗୁଁ ବିଦ୍ୟୁତଖୁଣ୍ଟ ଗୁଡିକ ଭାଙ୍ଗିଯିବା ମୃତ୍ୟୁର କାରଣ ବୋଲି ବର୍ଣ୍ଣନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ