ବେଗୁନିଆପଡ଼ାର ନୀଲୁ ମାଝୀଙ୍କ କୃତିତ୍ବ ରଚନା କଲେ ଡାଇନାମିକ ସ୍ପୋକନ୍ ଇଂଲିଶ୍ ବୁକ୍

ବେଗୁନିଆପଡ଼ା, (ଗୁଲସନ କୁମାର କର):ଗଞ୍ଜାମ ବେଗୁନିଆପଡ଼ାର ଉଦୟମାନ ଯୁବ ଶିକ୍ଷକ ନିଲୁ ମାଝୀ ରଚନା କରିଛନ୍ତି ଏକ ଇଂରାଜୀ ପୁସ୍ତକ। ଯାହାର ନାମ ରହିଛି ଡାଇନାମିକ ସ୍ପୋକନ୍ ଇଂଲିଶ୍ ।ସରସ୍ଵତୀ ପୂଜା ଅବସରରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି। ଅଞ୍ଚଳର ବରିଷ୍ଠ ଶିକ୍ଷାବିତ୍, ଛାତ୍ରଛାତ୍ରୀଙ୍କ ଗହଣରେ ଏହି ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ମାତ୍ର ୯୦ ଦିନ ମଧ୍ୟରେ ଇଂରାଜୀ ଶିକ୍ଷା ପାଇବେ ଛାତ୍ରଛାତ୍ରୀ। ଏହି ପୁସ୍ତକଟି ଅଧୁନା ଛାତ୍ରଛାତ୍ରୀ ମାନଙ୍କୁ ବେଶ୍ ସହାୟକ ହେବ ବୋଲି କହିଛନ୍ତି ଶିକ୍ଷାବିତ୍ ଓ ଲେଖକ। ଶ୍ରୀ ମାଝୀ ଇଂରାଜୀ ରେ ଏମ୍ ଏ କରିଥିବା ବେଳେ ଓଡିଆରେ ମଧ୍ୟ ଏମ୍ ଏ କରି ଏବେ ପୋଲସରା ବ୍ଲକ ମଥୁରା କାହ୍ନୁ ଚରଣ ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ନୂଆଁ କରି ନିଯୁକ୍ତି ପାଇଛନ୍ତି। ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ କୋଚିଂ ଦେଇ ଏକ ଜଣାଶୁଣା ଶିକ୍ଷକ ଭାବେ ପରିଚିତ ହୋଇଥିଲେ। ଏବେ ଏହି ପୁସ୍ତକ ରଚନା କରି ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛନ୍ତି। ସରସ୍ଵତୀ ପୂଜା ଅବସରରେ କଲେଜ ଛାତ୍ର ଛାତ୍ରୀ ମାନଙ୍କ ସହ ଅଞ୍ଚଳର ବରିଷ୍ଠ ଶିକ୍ଷାବିତ୍, ଅଧ୍ଯାପକ ମାନଙ୍କ ଗହଣରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି ।କାହ୍ନୁ ଚରଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭଗବାନ ଗୌଡ଼, ରମାକାନ୍ତ ବଇରୀ ଗଞ୍ଜନ, କାର୍ତ୍ତିକ ସାହୁ, ତପନ କୁମାର ପ୍ରଧାନ, ସୁଶାନ୍ତ ଚମ୍ପତି ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କେଶପୁର ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ସୁରେଶ ନାୟକ, ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଶ୍ଯାମ ସୁନ୍ଦର ଦୋରା, ଶିକ୍ଷାବିତ୍ ଜଟେଶ୍ବର ସାହୁ, ଆନନ୍ଦ ରାଓ, ଅଶୋକ ସେନାପତି, ସୁଶାନ୍ତ ପ୍ରଧାନ, କୁନା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପୁସ୍ତକଟିକୁ ପଢି ଅତି ସହଜରେ କମ୍ ଦିନ ମଧ୍ୟରେ ଇଂରାଜୀ ଶିକ୍ଷା ଛାତ୍ରଛାତ୍ରୀ ମାନେ ପାଇ ପାରିବେ ବୋଲି ଆଶା ରଖିଛନ୍ତି ଶ୍ରୀ ମାଝୀ। ଗୁରୁବାର ଏନେଇ ଆୟୋଜିତ ଏକ ସଭାରେ ନିଲୁକଂ ଏଭଳି କୃତିତ୍ବ ଓ ପାରଦର୍ଶିତାକୁ ନେଇ ସାଧୁବାଦ ଜଣାଇଥିଲେ ଶିକ୍ଷାବିତ୍ ମାନେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ