ବେଗୁନିଆପଡାରେ କିନ୍ନରଙ୍କ ଦ୍ଵାରା ରଜପର୍ବ ପାଳିତ

କୋଦଳା (ଗୁଲସନ୍ କୁମାର କର)ରଜ ହେଉଛି ଆମ ଓଡିଶାର ଗଣ ପର୍ବ।ଆଜି ଗାଁ ଠୁ ସହର ନେଇ ରଜ ଉତ୍ସବ ପାଳନ ହେଉଛି ତା ସହିତ ପିଠା,ମିଠା ସଙ୍ଗେ ରଜପାନର ମଜା ଉଠାଉଥିବା ବେଳେ ଦୋଳିରେ ବସି ମଜା ନେଉଛନ୍ତି ପିଲାମାନେ। ସେହିପରି ଦେଖିବାକୁ ମିଳିଛି ବେଗୁନିଆପଡାରେ ମା’ ବୁଢ଼ୀ ଠାକୁରାଣୀ ଯୁବକ ସଂଘ ତରଫରୁ ନିଆରା ରୂପେ ରଜପର୍ବ ପାଳିତ। ଏଥିରେ ଖଲ୍ଲିକୋଟର ମା ବାହୁତି ମହାକିନ୍ନର ସଂଘର ସଭାନେତ୍ରୀ ରାଜଶ୍ରୀ କିନ୍ନର ସାଙ୍କୁଡା ସାହି ବାସିନ୍ଦାଙ୍କ ଉପସ୍ଥିତିରେ ରଜପର୍ବ ଉଦ୍ଘାଟନ କରିଥିଲେ।ଏଥିରେ ସସ୍ମିତା କିନ୍ନର,ଜୟା କିନ୍ନର, ବର୍ଷା କିନ୍ନର,ଦୀପାଲି କିନ୍ନର ଆଦି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ