ବେଗୁନିଆପଡା 44 ନଂ ଜୋନରେ ବିଜେଡି ପ୍ରାର୍ଥୀନୀ କଲ୍ୟାଣି ପାତ୍ର ନିର୍ବାଚିତ

କୋଦଳା, (ଗୁଲସନ୍ କୁମାର କର) :-ତ୍ରିସ୍ତରୀୟ ନିର୍ବାଚନ ଶେଷ ହୋଇ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ୪୪ ନଂ ଜୋନ ର ଗଣତି ଶେଷ ହୋଇଛି । ଏଥିରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥିନୀ କଲ୍ୟାଣି ପାତ୍ର ୧୧ ହଜାର ୮୫୮ ଭୋଟରେ ବିଜେପି ପାର୍ଥିନୀ ପ୍ରିୟା ବିଷୋୟୀ ଠୁ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥିନୀ ପ୍ରିୟା ବିଷୋୟୀ ୪୫୬୭ ଭୋଟ ପାଇଥିବା ବେଳେ, କଂଗ୍ରେସ ପାର୍ଥିନୀ ସତ୍ୟଭାମା ପଣ୍ଡା ୨୫୬ ଭୋଟ ପାଇଛନ୍ତି । ଏଥିସହ ଫାସି ପଞ୍ଚାୟତରେ ସରପଞ୍ଚ ଭାବେ ଟୁନୀ ମାଝୀ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ସୁଜାତା ସେଠୀଙ୍କ ଠାରୁ ୪୯୯ ଭୋଟ୍ ରେ ବିଜୟୀ ହୋଇଛନ୍ତି । ଫାଶୀର ସମିତି ସଭ୍ୟା ଭାବେ ମାମି ବେହେରା ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ କାଜଲ୍ ବେହେରାଙ୍କ ଠାରୁ ୭୬୧ ଭୋଟ୍ ରେ ବିଜୟୀ ହୋଇଛନ୍ତି । ମର୍ଦ୍ଦମେଖ ପଞ୍ଚାୟତରେ ସରପଞ୍ଚ ଭାବେ ମଞ୍ଜୁଳା ମେହେଣା ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଷ୍ନୁ ପ୍ରିୟା ଗୌଡ଼ଙ୍କ ଠାରୁ ୧୨୫୩ ଭୋଟ୍ ରେ ବିଜୟୀ ହୋଇଛନ୍ତି ।ମର୍ଦ୍ଦମେଖ ପଞ୍ଚାୟତରେ ସମିତି ସଭ୍ୟ ଭାବେ ସୁଧାକର ପ୍ରଧାନ ୯୯୦ ଭୋଟ୍ ରେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ପ୍ରଭାକର ନାୟକଙ୍କ ଠାରୁ ବିଜୟୀ ହୋଇଛନ୍ତି । ମଠସରସିଙ୍ଗି ପଞ୍ଚାୟତରେ ସରପଞ୍ଚ ଭାବେ ମଞ୍ଜୁଲତା ବେହେରା ୧୯୨୦ ଭୋଟ୍ ରେ ତାଙ୍କ ପ୍ରତିଦ୍ୱନ୍ଦୀ ଝୁନୁ ମହାନ୍ତିଙ୍କ ଠାରୁ ବିଜୟୀ ହୋଇଛନ୍ତି । ମଠସରସିଙ୍ଗି ସମିତି ସଭ୍ୟା ଭାବେ ସଂଧ୍ୟାରାଣୀ ସ୍ୱାଇଁ ୮୦୯ ଭୋଟ୍ ରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନିନ୍ଦିନୀ ସ୍ୱାଇଁଙ୍କ ଠାରୁ ବିଜୟୀ ହୋଇଛନ୍ତି ।ଦିଗାପଡା ପଞ୍ଚାୟତରୁ ସରପଞ୍ଚ ଭାବେ ସମୀର କୁମାର ଶତପଥୀ ୬୦୯ ଭୋଟ୍ ରେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଭୂତି ଭୂଷଣ ପାଣ୍ଡିଙ୍କ ଠାରୁ ବିଜୟୀ ହୋଇଛନ୍ତି । ଉକ୍ତ ପଞ୍ଚାୟତରୁ ସମିତି ସଭ୍ୟା ପ୍ରାର୍ଥୀନୀ ରୀତା ପରିଡା ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବନିତା ପଳତାଙ୍କ ଠାରୁ ୧୦୪୧ ଭୋଟ୍ ରେ ବିଜୟୀ ହୋଇଛନ୍ତି ।ସାନ ଉସ୍ତାପଡା ପଞ୍ଚାୟତରେ ସରପଞ୍ଚ ଭାବେ ସନ୍ତୋଷ ସ୍ୱାଇଁ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ହରିହର ପଣ୍ଡାଙ୍କ ଠାରୁ ୬୦୨ ଭୋଟ୍ ରେ ବିଜୟୀ ହୋଇଛନ୍ତି। ଉକ୍ତ ପଞ୍ଚାୟତରେ ସମିତି ସଭ୍ୟ ଭାବେ ଝୁନୁ ପଲେଇ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ରୋଜୀ ପଲେଇଙ୍କ ଠାରୁ ୪୯୭ ଭୋଟ୍ ରେ ବିଜୟୀ ହୋଇଛନ୍ତି । କାଳିମେଘି ପଞ୍ଚାୟତରେ ସରପଞ୍ଚ ଭାବେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ଚନ୍ଦ୍ରକାନ୍ତି ଭୂୟାଁଙ୍କ ଠାରୁ ୪୧୭ ଭୋଟ୍ ରେ ବିଜୟୀ ହୋଇଛନ୍ତି । ଉକ୍ତ ପଞ୍ଚାୟତ ରେ ସ୍ୱାଧୀନ ସରପଞ୍ଚ ପ୍ରାର୍ଥୀ ନୃସିଂହ ପ୍ରଧାନ ୧୭ ଖଣ୍ଡ ଭୋଟ୍ ରେ ବିଜୟୀ ହୋଇଛନ୍ତି । ଘୋଡାପଡା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ସୁଦର୍ଶନ ଶବର ୭୧ ଭୋଟ୍ ରେ ବିଜୟୀ ହୋଇଛନ୍ତି । ବେରୁଆଁବାଡ଼ି ପଞ୍ଚାୟତରେ ସରପଞ୍ଚ ଭାବେ ପ୍ରତିମା ପାଢୀ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ରୀନା ପାଢୀଙ୍କୁ ପରାସ୍ତ କରି ୧୦୦୨ ଭୋଟରେ ବିଜୟୀ ହୋଇଛନ୍ତି । ଶାନ୍ତି ଶୃଙ୍ଖଳା ଭାବେ ଭୋଟ ଗଣତି ଶେଷ ହୋଇଥିବା ବେଳେ ନିର୍ବାଚନ ଫଳ ପ୍ରକାଶନ ବିଳମ୍ବ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ