ଖୋଲିଲା ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ

କୋଦଳା, (ଗୁଲସନ୍ କୁମାର କର) :-ଦୀର୍ଘ ଦୁଇ ବର୍ଷ ପରେ ଆଜି ଓଡ଼ିଶାରେ ଖୋଲିଛି ସ୍କୁଲ। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସମେତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଥିବା ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ସରକାରଙ୍କ ନିର୍ଦେଶ ଅନୁଯାୟୀ ଖୋଲାଯାଇଛି । ଛାତ୍ର/ଛାତ୍ରୀ ମାନେ କୋଭିଡ ନିୟମ ଅନୁଯାୟୀ ମାସ୍କ ପରିଧାନ କରି ସ୍କୁଲରେ ପ୍ରବେଶ କରିଥିଲେ। ଦୀର୍ଘଦିନ ପରେ ସ୍କୁଲ ଖୋଲିଥିବାରୁ ଉତ୍ସହର ସହ ଛାତ୍ର ଛାତ୍ରୀ ମାନେ ଆସିଥିଲେ । ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ପିଲାମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ବିଦ୍ୟାଳୟ କୁ ସ୍ୱାଗତ କରିବା ସହ ଵିଦ୍ୟାଳୟ ପରିବେଶକୁ ବେଲୁନ୍ ରେ ସୁସଜ୍ଜିତ କରି ମୁରୁଜରେ ଝୋଟି ମାନ ଆଙ୍କିଥିଲେ।ଦୁଇ ବର୍ଷ ପରେ ସ୍କୁଲ ଆସି ପିଲା ମାନେ ଉତ୍ସାହିତ ଥିବାବେଳେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ଖୁସି ପ୍ରକାଶ କରିଛନ୍ତି । ପ୍ରାୟ ଦୁଇ ବର୍ଷ ପରେ ସ୍କୁଲ ଆସୁଥିବାରୁ ସେମାନେ ଯେମିତି ଚାପଗ୍ରସ୍ତ ନ ହୁଅନ୍ତି, ସେଥିପାଇଁ ପ୍ରଥମ ସପ୍ତାହ ପାଠ ପଢ଼ା ନ ଯାଇ ବିଭିନ୍ନ ପ୍ରକାର ଖେଳକୁଦ ଓ ହସଖୁସି ମାହୋଲର ବ୍ୟବସ୍ତା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ