ବେଙ୍ଗାଲୁରୁ ଘରୋଇ କମ୍ପାନୀ ଅଗ୍ନିକାଣ୍ଡରେ ଗଜପତି ଶ୍ରମିକଙ୍କ ମୃତ୍ୟୁ;ଶବକୁ ଗ୍ରାମରେ ପହଞ୍ଚାଇବାକୁ ମନାକଲା କମ୍ପାନୀ,ଗଜପତି ଜିଲ୍ଲାପାଳଙ୍କ ସହେଯାଗରେ ଶବ ଆଣିବାକୁ ଗଲେ ପତ୍ନୀ ଓ ଗ୍ରାମବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଲାଇଲାଇ ଗ୍ର।।ମପଞ୍ଚାୟତ ସାନଲୋବା ଗ୍ରାମର ବିଜୟ ଶବର(୩୪)ଙ୍କ ବେଙ୍ଗାଲୁରୁ ଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟରତ ବେଳେ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଛି । ଏ ନେଇ କମ୍ପାନୀ ମାଲିକ ତାଙ୍କ ପରିବାରକୁ ଖବର ଦେବା ଦୁରର କଥା ମୃତ ଶ୍ରମିକର ସାଙ୍ଗ ମାନଙ୍କ ଦ୍ୱାରା ପରିବାର ବର୍ଗ ୨ଦିନ ପରେ ଜାଣି କମ୍ପାନୀ ମାଲିକଙ୍କୁ ଶବକୁ ତାଙ୍କ ଗ୍ରାମକୁ ପହଞ୍ଚାଇବା ପାଇଁ ପରିବାର ବର୍ଗ ଅନୁରୋଧ କରିଥିଲେ । ଏଥିରେ କମ୍ପାନୀ କୌଣସି ଉତ୍ତର ନ ଦେଇ ଚୁପ୍ ରହିଥିଲେ । ପରେ ମୃତ ଶ୍ରମିକଙ୍କ ଗ୍ରାମବାସୀ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କୁ ଏ ନେଇ ଜଣାଇବା ପରେ ଜିଲ୍ଲାପାଳଙ୍କ ସହେଯାଗରେ ମୃତ ଶ୍ରମିକଙ୍କ ପତ୍ନୀ ଓ ଗ୍ରାମବାସୀ ମିଶି ଶବ ଆଣିବାକୁ ବେଙ୍ଗାଲୁରୁ ଯାତ୍ରା କରିଛନ୍ତି । ଘଟଣାରୁ ପ୍ରକାଶ,ଦାଦାନ ଖଟିବାକୁ ଯାଇ ସେ ସୂଦୁର କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁ ସହର ବାପୁଜୀ ନଗର ରେଖା ନାମକ କେମିକାଲ କଂପାନୀରେ କାର୍ଯ୍ୟ କରୁଥିଲେ । ମହାମାରି କରୋନା ପାଇଁ ଦୀର୍ଘ ମାସ ହେଲା ସେ ଗ୍ରାମକୁ ଫେରି ଗାଁରେ ରହୁଥିଲେ । କଂପାନୀ ପାଖରୁ କଂପାନୀ ଚାଲୁ ହେବା ଖବର ପାଇ ବିଜୟ ୨୦ଦିନ ପୂର୍ବରୁ କାମରେ ଯାଇ ଯୋଗ ଦେଇଥିଲେ । କିିନ୍ତୁ ଭାଗ୍ୟର ବିଡମ୍ବନା ବୁଢୀ ମାଆ,ସ୍ତ୍ରୀ ଓ ୪ଛୁଆଙ୍କୁ ଛାଡି ସେ କେମିକାଲ କଂପାନୀରେ କାମ କରୁଥିବା ବେଳେ ଅଗ୍ନିକାଣ୍ଡ ଘଟିବା ଫଳରେ ସେଠାରେ ପୋଡି ହୋଇ ଚିକିିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବିଜୟ ସହ ଗ୍ରାମର କିଛି ଯୁବକ ବେଙ୍ଗାଲୁରୁୁ ଯାଇ ରେଖା କେମିକାଲ କଂପାନୀରେ କାମ କରୁଥିଲେ । ଗତ ୧୯ ତାରିଖ ମଙ୍ଗଳବାର ଦିନ ସବୁଦିନ ପରି କାମକୁ ଯାଇଥିଲେ । କାମ ଚାଲିବାର କିଛି ସମୟ ପରେ କଂପାନୀରେ ଆକସ୍ମାତ ଅଗ୍ନିକାଣ୍ଡ ଘଟିଥିଲା । ବିଜୟଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ସଂଗେ ସଂଗେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା । ତାଙ୍କ ଶରୀରର ପ୍ରାୟ ୭୦ଭାଗ ପୋଡିଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ୨ଦିନ ପରେ ସେ ମୃତ୍ୟୁବରଣ କରିଥିଲେ । ଘଟଣା ଘଟିବା ପରେ କଂପାନୀ ପକ୍ଷରୁ ପରିବାରଙ୍କ ପାଖକୁ କୌଣସି ଖବର ଦିଆଯାଇ ନଥିଲା । ବିଜୟଙ୍କ ମୃତ୍ୟୁ ଖବର ତାଙ୍କ ସାଙ୍ଗ ମାନଙ୍କ ଦ୍ୱାରା ତାଙ୍କ ସ୍ତ୍ରୀଙ୍କ ନିକଟକୁ ୨ଦିନ ପରେ ଫୋନ୍ ଦ୍ୱାରା କୁହାଯାଇଥିଲା । ତା ପରେ ଗ୍ରାମର ସମସ୍ତେ ମିଶି ଗଜପତି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ପରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ତୁରନ୍ତ ୨୦ହଜାର ଟଙ୍କା ସେ ସାହାଯ୍ୟ ଦେଇଥିଲେ । ଗ୍ରାମବାସୀଙ୍କ ସଙ୍ଗେ ଆଲୋଚନା କରି କିପରି ପରିବାର ବିଜୟ କାମ କରୁଥିବା କେମିକାଲ କଂପାନୀ ପକ୍ଷରୁ କ୍ଷତିପୂରଣ ପାଇ ପାରିବେ ସେଥିପାଇଁ ଦୃଷ୍ଟି ଦିଆଯିବ ବୋଲି ଜଣାଇଥିଲେ । ଗତକାଲି ଗଜପତି ଜିଲ୍ଲାପାଳଙ୍କ ସହେଯାଗ ଓ ନିର୍ଦ୍ଦେଶକ୍ରମେ ମୃତ ଶ୍ରମିକ ବିଜୟଙ୍କ ପତ୍ନୀ ଫୁଲମଣି,ସମିତି ସଭ୍ୟ ପାଉଲ ଶବରଙ୍କ ସମେତ ଗ୍ରାମର ୫ଜଣ ମିଶି ବେଙ୍ଗଲୁରୁ ଅଭିମୁଖେ ଶବ ଆଣିବା ପାଇଁ ଯାତ୍ରା କରିଥିବା ସୁଚନା ମିଳିଛି ।


