ଅଲ ଓଡିଶା ଇପିଏଫ ପେନସନର୍ସ ସଂଘ ଗଜପତି ଶାଖାର ଜରୁରୀ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଅଲ ଓଡିଶା ଇପିଏଫ ପେନସନର୍ସ ସଂଘ ଗଜପତି ଜିଲ୍ଲା ଶାଖାର ଜରୁରୀ ବୈଠକ ଆଜି ସ୍ଥାନୀୟ ଗୁଣ୍ଡିଚାବାଡି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି କେ.କ୍ରିଷ୍ଣାରାଓ,ସଂପାଦକ ଗୋବିନ୍ଦ ଚରଣ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ଏମାନଙ୍କୁ ବେତନ ଅନୁଯାୟୀ ବର୍ଦ୍ଧିତ ପେନସନ ଓ ମହଙ୍ଗା ଭତ୍ତା,ଇପିଏଫ ପେନସନ ଭୋଗୀଙ୍କୁ ସୁପ୍ରିମକୋର୍ଟ ରାୟ ଅନୁସାରେ ସର୍ବନିମ୍ନ ମାସିକ ୯ହଜାର ପେନେସନ ଓ ମହଙ୍ଗା ଭତ୍ତା,ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟବୀମା ଆଦି ତୁରନ୍ତ ରାଜ୍ୟ ସରକାର ଘୋଷଣା କରନ୍ତୁ । ରାଜ୍ୟ ସରକାର ଏ ଦାବି ଗୁଡିକ ନେଇ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସଂଘ ତରଫରୁ କୁହାଯାଇଛି । ଏହି ବୈଠକରେ ସଂଘର ବରିଷ୍ଠ ସଦସ୍ୟ ନରସିଂହ ପଟ୍ଟନାୟକ,ନରସିଂହ ବେହେରା,ରମେଶ ସାମଲ,ଏସ.ବି.ଦଳାଇ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।


