ବ୍ୟାଡମିଣ୍ଟନ ପ୍ରିମିୟର ଲିଗ୍ ୨୦୨୦ ଉଦ୍ଯାପିତ
ରାଇରଙ୍ଗପୁର-ରାଇରଙ୍ଗପୁର ଇନଡୋ ର ଷ୍ଟାଡିୟମରେ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ୟୁନିଟ୍ କ୍ଲବ ଆନୁକୁଲ୍ୟରେ ଦୁଇ ଦିବସୀୟ ରାଇରଙ୍ଗପୁର ବେଡମିଣ୍ଟନ ପ୍ରିମିୟମ ଲିଗ୍ କପ୍ ୨୦୨୦ ମହାସମାରୋହରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମ ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଏବଂ ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁ ଙ୍କ ଦ୍ଵାରା ଉଦ୍ଘାଟନ କରିଥିଲେ । ଏଥିରେ ଓଡ଼ିଶାର ଖ୍ୟାତନାମା ୬ ଟି ଟିମ୍ ଯଥାକ୍ରମେଆଭେଞ୍ଜର ଟିମ୍, ରୁଚି ବେଡମିଣ୍ଟନ କ୍ଲ. ଜୟ ଶଙ୍କର ଟିମ୍, ଲାୟନ ସ୍ମାସର୍. ଫାଇଟର ଟିମ୍, ଏବଂ ନାଇଲନ ଫାୟାର ଟିମ୍ ଅଂଶ ଗ୍ରହଣ କରିଥିଲେ । ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ରାଜସ୍ବ କ୍ରୀଡା ମନ୍ତ୍ରୀ ସୁଦାମ ମାରାଣ୍ଡି, ସମ୍ମାନିତ ଅତିଥି ମୋରଡା ବିଧାୟକ ରାଜ କିଶୋର ଦାସ,ସାର କଣା ବିଧାୟକ ମାଧବ ହାଁସଦା, ବିଜେଡି ଜିଲ୍ଲା ସଂପାଦକ ସୁବାଷ ମଣ୍ଡଳ, ରାଜ୍ୟ ବିଜେଡି ମହିଳା ସଂପାଦିକା ତନୁଜା ମହାନ୍ତ, ଅଭିଷେକ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । କ୍ରୀଡା ଜୀବନରେ ଶୃଙ୍ଖଳା, ସୁସ୍ଥ ମାନସିକତା, ସୁସ୍ଥ ପରିବେଶ ଏବଂ ଜୀବନରେ ପ୍ରତିଦୋନ୍ଦିତା ଓ ହସ ଫୁଟାଏ ବୋଲି ଅତିଥି ଗଣ ବକ୍ତବ୍ୟରେ କହିଥିଲେ । ତା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଜୟଶଙ୍କର ଟିମ୍ ଚମ୍ପିୟାନ,ଆଭେଞ୍ଜର ରନର୍ସ ଅପ୍ ଏବଂ ବାଦନ ସ୍ମାସର୍ସ ତୃତୀୟ ହୋଇଥିଲା । ପ୍ରଥମ ଦଳକୁ ୩୦,୦୦୦ ଟଙ୍କା, ଟ୍ରଫି ଦ୍ଵିତୀୟକୁ ୨୦,୦୦୦ଟଙ୍କା, ଟ୍ରଫି ଏବଂ ୩ୟକୁ ୧୦,୦୦୦ ଅର୍ଥରାଶି ପ୍ରଦାନ କରାଯାଇଥିଲା ।


