ବେଣ୍ଟକାର ନୋଡାଲ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ଓ ସମ୍ବର୍ଧନା ସଭା

କଟକ, (ଯୁଗାବ୍ଦ ନ୍ୟୁଜ):କଟକ ସଦର ୪୨ ମୌଜା ବେଣ୍ଟକାର ନୋଡାଲ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କଳ୍ପତରୁ ପାଗଲଙ୍କ ସଭାପତିତ୍ବରେ ଗୁରୁପୁଜନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି l ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ସଭାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୁଷ୍ପ ଓ ଚନ୍ଦନ ଦେଇ ପୂଜା ଅର୍ଚ୍ଚନା କରଯାଇଥିଲା l ସ୍କୁଲୁର ସେବା ନିବୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵତନ୍ତ୍ର ଭାବେ ନିମନ୍ତ୍ରିତ କରାଯାଇ ଅତିଥି ମାନଙ୍କ ଦ୍ଵାରା ପୁଷ୍ପ ଗୁଛ ପ୍ରଦାନ କରଯାଇଥିଲା l ଏଥିରେ ପୂର୍ବତନ ଶିକ୍ଷକ ପ୍ରଫୁଲ୍ଲ ମହାପାତ୍ର, ସୌଭାଗ୍ୟ ମଞ୍ଜରୀ ରାଓ,ରେବଲତା ମଲ୍ଲିକ,ମନୋରଞ୍ଜନ ନାୟକ, ସୌଭାଗ୍ୟବାଳା ଦାସ ଓ ପୁଷ୍ପଲତା ପଟ୍ଟନାୟକ ଉପସ୍ଥିତ ଥିଲେ l ସ୍ଵତନ୍ତ୍ର ଭାବେ ନିମନ୍ତ୍ରିତ ବରିଷ୍ଠ ଆଲୁମିନି ଇଂ.ଅଶୋକ କୁମାର ବିଶ୍ବାଳ, ସ୍ଵାଧୀନ ଶେଖର ଷଡ଼ଙ୍ଗୀ,ବିନୋଦ ବିହାରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଅତିଥି ମାନେ ଗୁଋଷିଶ୍ୟ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ l ବରିଷ୍ଠ ସମାଜସେବୀ ଇଂ.ବିଶ୍ଵାଳ ତାଙ୍କ ବକ୍ତବ୍ୟରେ କହିଥିଲେ,କେବଳ ଯେ ସ୍କୁଲରେ ଶିକ୍ଷକତା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁଙ୍କ ପଦବାଚ୍ୟ ଅଟନ୍ତି, ତା ନୁହେଁ,ସମାଜକୁ ଯେଉଁମାନେ ଦିଗଦର୍ଶନ ଦିଅନ୍ତି,ସେମାନେ ହିଁ ପ୍ରକୃତ ଗୁରୁ l ମହାନ ଗୁରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନଧାରାକୁ ଅନୁସରଣ କରିବା ଛାତ୍ରଛାତ୍ରୀ ମାନଙ୍କର କର୍ତ୍ତବ୍ୟ ଓ ନିଷ୍ଠା ହେବା ଉଚିତ୍ l ଯଶଶ୍ଵି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ (୨୦୪୭)ର ସ୍ବପ୍ନକୁ ସାକାର କରିବା ଆଜିର ଛାତ୍ର ସମାଜର ଗୁରୁ ଦାୟିତ୍ଵ l ଏହି ଦାୟିତ୍ଵ ସମ୍ପାଦନ କରିବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ସେ ଆହ୍ବାନ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ