ବେତନଟୀ କଲେଜ ପ୍ରିମିୟର ଲିଗ ସିଜିନ 2 ଉଦଘାଟିତ
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର):ବେତନଟୀ କଲେଜ ଫିଲଡ଼ ଠାରେ ଆଜିଠାରୁ କଲେଜ ପ୍ରିମିୟର ଲିଗ ସିଜିନ 2 ଆରମ୍ଭ ହେଇଛି. ଉଦଘାଟନୀ ଉତ୍ସବରେ ପୂର୍ବତନ ଓଡିଶା ରଣଜୀ ଟ୍ରଫି ଖେଳାଳୀ ତଥା ଦକ୍ଷ ଯୁବନେତା ଲଲାଟେନ୍ଦୁ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ. ଏହି ଉଦଘାଟନୀ ଉତ୍ସବରେ ପପୁ ବେହେରା, ପର୍ଶୁରାମ ଗୋଛାୟତ, ଜୟନ୍ତ ମହାନ୍ତ, ସୁମନ୍ତ ମୁଖି, ଚନ୍ଦନ ଗିରି ପ୍ରମୁଖ ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ଥିଲେ. ଏହି ପ୍ରତିଯୋଗିତାରେ ଦିପ୍ତୀରେଖା ୱାରରିଅର୍ସ, ବିନ୍ଦାସ ଷ୍ଟ୍ରାଇକର୍ସ, ଜଙ୍ଖରି ଈଗଲସ, ସୁପର ଷ୍ଟାଇକର୍ସ, ବିବି ଇଲେଭେନ, ଏବଂ ଫୁଏଚର ଲିଯେଣ୍ଡସ ମୋଟ 6ଟି ଦଳ ଅଂଶ ଗ୍ରହଣ କରୁଛନ୍ତି. ଏହି ଖେଳ ଗୁଡିକୁ ଶୁଭମ ନାୟକ ଏବଂ ଅନୁପ ପରିଡା ପରିଚାଳନା କରୁଥିବା ବେଳେ ଚନ୍ଦନ ଗିରି ଧାରା ବିବରଣୀ ପ୍ରଦାନ କରୁଛନ୍ତି.