ବେତାରସିଂ ଅଞ୍ଚଳ କାଳିଞ୍ଜି ସମାଜ ବୈଠକ

ବୁଗୁଡା,(ଅନିଲ କୁମାର ମହାରଣା): ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର ବେତାରସିଂ ଅଞ୍ଚଳ ବୈଠକ ସୁବୁଦ୍ଧିପଲ୍ଲୀ ଠାକୁରାଣୀ ମନ୍ଦିର ପରିସରରେ ଡିସେମ୍ବର ୩୦ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି। ବେତାରସିଂ ଅଞ୍ଚଳ ସଭାପତି ଗୌର ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ଗଙ୍ଗାଧର ବିଷୋୟୀ ସମ୍ପାଦକ ଡାକ୍ତର ଅମ୍ବିକା ପ୍ରସାଦ ବିଷୋୟୀ, ସଂଗଠନ ସମ୍ପାଦକ ଅନ୍ତର୍ଯ୍ୟାମୀ ସ୍ଵାଇଁ, କୋଷାଧ୍ୟକ୍ଷ ସାଧୁ ଚରଣ ବିଷୋୟୀଙ୍କ ସମେତ ମଣ୍ଡଳ ସଭାପତି ଓ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିଲେ। ଆସନ୍ତା ନବବର୍ଷକୁ ସ୍ୱାଗତ କରି ଆଗାମୀ ନୂତନ ବର୍ଷରେ ସମାଜର ସମ୍ବିଧାନ ଅନୁସାରେ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ