ବେଦାନ୍ତ ଗୁଳିକାଣ୍ଡରେ ମୃତାହତଙ୍କୁ କ୍ଷତିପୂରଣ ଦାବି
ଭୁବନେଶ୍ୱର(ଜୁଗାବ୍ଦ ନ୍ୟୁଜ୍): ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ କାରଖାନା ସାମନାରେ ଠିକା କର୍ମ•ରୀମାନେ ସ୍ଥାୟୀ ନିଯୁକ୍ତି ଓ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦାବିରେ ଧାରଣାରେ ବସିଥିଲେ । କୌଣସି କାରଣ ନଥାଇ ନିରସ୍ତ୍ର ଧାରଣାକାରୀଙ୍କ ଉପରେ କମ୍ପାନୀରେ ନିୟୋଜିତ ଓ.ଆଇ.ଏସ୍.ଏଫ୍ର ସୁରକ୍ଷାକର୍ମୀମାନେ ଲାଠି ଓ ଗୁଳି ଚଳାଇଥିଲେ ଯାହାକୁ ସିପିଆଇ (ଏମ୍ଏଲ୍) ଲିବରସେନ ଦୃଢ ନିନ୍ଦା କରୁଛି । ଯାହାଫଳରେ ଦୁଇଜଣଙ୍କ ମୃତ୍ୟୁ ସହ ପ୍ରାୟ ୫୦ ଲୋକ ଆହତ ହୋଇଛନ୍ତି । ଏଥିପାଇଁ ଦାୟୀ ସୁରକ୍ଷାକର୍ମୀମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ମୃତକଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଓ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସିପିଆଇ (ଏମ୍ଏଲ୍) ଲିବରସେନ ଦାବି କରାଯାଇଛି । ଠିକା କର୍ମ•ରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାକୁ ଦାବି କରାଯାଇଛି ।