ବେଦାନ୍ତ ତରଫରୁ ବିବୃତି

ଭୂବନେଶ୍ୱର ( ଯୁଗାବ୍ଦ ନ୍ୟୁଜ ) : ଆଜି ସକାଳେ କିଛି ଆନ୍ଦୋଳନକାରୀ ଲାଞ୍ଜିଗଡ଼ କାରଖାନା ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ ଯାହାକି ଏକ ଉଗ୍ର ଆନ୍ଦୋଳନର ରୂପ ନେଇଥିଲା । ସ୍ଥାନୀୟ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସ୍ଏଫ୍)ର ସୁରକ୍ଷା କର୍ମୀମାନେ ଏହି ଆନ୍ଦୋଳନରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିବାରୁ ଏଠାରେ ଉପସ୍ଥିତ ଥିବା ଆନ୍ଦୋଳନକାରୀଙ୍କ ଆକ୍ରମଣରେ କିଛି ସୁରକ୍ଷା କର୍ମୀ ଆହତ ହୋଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ହସ୍ପିଟାଲରୁ ପ୍ରାପ୍ତ ଖବର ଅନୁଯାୟୀ ଆହତଙ୍କ ମଧ୍ୟରୁ ଜଣେ ଆନ୍ଦୋଳନକାରୀ ଓ ଜଣେ ଓଆଇଏସ୍ଏଫ୍ ର ସୁରକ୍ଷା କର୍ମୀ ଙ୍କର ମୃତ୍ୟୁ ହୋଇଯାଇଛି । ଆମେ ଏହି ଖବରରେ ଗଭୀର ମର୍ମାହତ ହେବା ସହିତ ମୃତକଙ୍କ ପରିବାରକୁ ଆମର ସମବେଦନା ଜଣାଉଛୁ । ଉପଯୁକ୍ତ ଅଧିକାରୀଙ୍କ ସହ ଆମେ ଆମର ସମସ୍ତ ସହଯୋଗ ଜାରି ରଖିବୁ । ଆମେ ସମସ୍ତ ଆନ୍ଦୋଳନକାରୀଙ୍କୁ ବିନମ୍ର ସହିତ ଅନୁରୋଧ କରୁଛୁ ସେମାନେ ଏଭଳି ହିଂସାତ୍ମକ କାର୍ଯ୍ୟକଳାପରୁ କ୍ଷାନ୍ତ ହୁଅନ୍ତୁ ଯାହାଫଳରେ ଆମେମାନେ ସମସ୍ତଙ୍କ ହିତ ପାଇଁ କିଛି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାରେ ସକ୍ଷମ ହୋଇପାରିବୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ