ବେଦାନ୍ତ ପକ୍ଷରୁ ୫୯ତମ ବାର୍ଷିକ ସମ୍ମିଳନୀରେ ପ୍ରାଇମେରୀ ଫାଉଣ୍ଡରୀ ଆଲଏ ପ୍ରଦର୍ଶନ
ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ୫୯ତମ ୨୦୧୯ ସିଆମ୍ ବାର୍ଷିକ ସମ୍ମିଳନୀରେ ପ୍ରାଇମେରୀ ଫାଉଣ୍ଡରୀ ଆଲଏ(ପିଏଫଏ)ର ପ୍ରଦର୍ଶନ କରାଯାଇଛି । ପ୍ରଥମ ଆଲୁମିନିୟମ ଉତ୍ପାଦକ ଭାବେ ଘରୋ ବଜାରରେ ପିଏଫଏ ଅଟୋମୋବାଇଲ୍ ଶିଳ୍ପକୁ ଯୋଗାଇବ । ବେଦାନ୍ତ ସରକାରୀ ସହଯୋଗରେ ୨୪୦,୦୦୦ଟନ୍ ପିଏଫ୍ଏ ଉତ୍ପାଦନ କରିଥାଏ । ଏହା ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ପନ୍ନ ହୋଇଥାଏ । ଏହି ଅବସରରେ ବେଦାନ୍ତ ଲିଃ. ଆଲୁମିନିୟମ ଏବଂ ପାୱାର ସିଇଓ ଅଜୟ କପୁର କହିଲେ, ଭାରତୀୟ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମେ ପିଏଫ୍ଏ ଯୋଗାଇବା ପାଇଁ ନିଷ୍ପତି ନେଇଛୁ । ଏହା ଦ୍ୱାରା ଭାରତୀୟ ଅଟୋ ସେକ୍ଟର ବେଶ୍ ଲାଭାନ୍ୱିତ ହେବ । ପିଏଫ୍ଏ କାଷ୍ଟ ଆଲୁମିନିୟମ୍ରୁ ପ୍ରସ୍ତୁତ ହୋଇଥାଏ । ଏଥିରେ ଆଲୁମିନିୟମ୍, ସିଲିକନ୍, ମ୍ୟାଗ୍ନେସିୟମ୍ ଆଦି ରହିଥାଏ । ଏହାଦ୍ୱାରା ଆଲଏ ହ୍ୱିଲ୍, ସିଲିଣ୍ଡର ହେଡ୍, ବ୍ରେକ୍ ସିଷ୍ଟମ୍ ସମେତ ଅନ୍ୟ ଯନ୍ତ୍ରାଶଂ ନିର୍ମର୍ିତ ହୋଇଥାଏ । ସମ୍ପ୍ରତି ଭାରତରେ ଆଲୁମିନିୟମ୍ ହ୍ୱିଲ୍ ପରିମାଣ ଯଥେଷ୍ଟ କମ୍ ରହିଛି । ବିଶ୍ୱ ବଜାର ସ୍ଥିତି ସୁଦୃଢ଼ ପାଇଁ ଭାରତକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ବିଶ୍ୱ ବଜାରକୁ ଦୃଷ୍ଟିରେ ରଖି ବେଦାନ୍ତ ଗୁଣବତାଯୁକ୍ତ ପିଏଫ୍ଏ ଅଟୋ ସେକ୍ଟରକୁ ଯୋଗାଇବ । ଆଲୁମିନିୟମ୍ ପରିବହନ, ଫାସ୍ୱାର, ଏରେସ୍ପେସ୍, ପ୍ରତିରକ୍ଷା, ପ୍ୟାକେଜିଂ ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସ୍ମାର୍ଟ ସିଟି, ପାୱାରଫର୍ ଆଲ୍ ଏବଂ ସ୍ୱଦେଶୀ ସ୍ପେସ୍ କାର୍ଯ୍ୟକ୍ରମରେ ଆଲୁମିନିୟମ୍ ପିଏଫ୍ଏର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି ।


