ବେଧଡକ ଚାଲିଛି ପଥର ବ୍ଲାଷ୍ଟିଂ, ବନ୍ୟଜନ୍ତୁ ଅସୁରକ୍ଷିତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ମାଓ ପ୍ରବଣ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ବେଧଡକ ଭାବେ ଚାଲିଛି ପଥର ବ୍ଲାଷ୍ଟିଂ। ଦୀର୍ଘ ଦିନ ଧରି ପାହାଡ ରେ ପଥର ବ୍ଲାଷ୍ଟିଂ ଜାରି ରହିଥିଲେ ମଧ୍ୟ ବନ ବିଭାଗ କିମ୍ବା ରାଜସ୍ବ ବିଭାଗ ନୀରବ ରହିବାକୁ ନେଇ ଉଠିଛି ପ୍ରଶ୍ନ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ରେଞ୍ଜ ଅନ୍ତର୍ଗତ କୁଟିଗୁଡା-ବାଲିଗାଡା ରାସ୍ତାରେ ଥିବା ସଂରକ୍ଷିତ ଜଙ୍ଗଲ ରେ ଦିନ ଦ୍ୱିପହର ରେ ବେଧଡକ ଭାବେ ଜାରି ରହିଛି ପଥର ବ୍ଲାଷ୍ଟିଂ । ଯାହା ଫଳରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇ ପଡିଥିବା ବେଳେ ଶହ ଶହ ଗଛ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ବନ ବିଭାଗ ଓ ରାଜସ୍ବ ବିଭାଗ ମୋଟା ଅଙ୍କର ଅର୍ଥ ନେଇ ନିରବ ରହିଥିବା ଅଭିଯୋଗ ହୋଇଛି । ଦୁଇଟି ଟ୍ରାକ୍ଟର ଜଙ୍ଗଲ ମଧ୍ୟରେ ପ୍ରବେଶ କରି ପାହାଡ ଉପରକୁ ଯାଇ ଡ୍ରିଲିଂ ମେସିନ ସାହାଯ୍ୟ ରେ ପଥର କୁ ବଡ ବଡ ଗତ କରି ପଥର କୁ ନଷ୍ଟ କରାଯାଉଛି। ରାତିରେ ପଥର ବ୍ଲାଷ୍ଟିଂ କରାଯାଉଥିବା ଯୋଗୁଁ ଅଞ୍ଚଳ ବାସୀ ସାଙ୍ଗକୁ ବନ୍ୟଜନ୍ତୁ ଭୟ ଭିତ ହୋଇ ଚାଲି ଯାଉଛନ୍ତି। ଉକ୍ତ ଅଞ୍ଚଳ ମାଓ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ପଥର ବ୍ଲାଷ୍ଟିଂ ପାଇଁ ଜିଲୋଟିନ ବାରୁଦ ବ୍ୟବହାର କିପରି କରାଯାଉଛି। ଉକ୍ତ ଅଞ୍ଚଳ ମାଓ ପ୍ରବଣ ହୋଇଥିବା ବେଳେ ସେଠାକୁ ଜିଲୋଟିନ ବାରୁଦ କେଉଁ ଠାରୁ କେମିତି ଆସୁଛି ବ୍ୟବହାର କରିବା ପାଇଁ କିଏ ଅନୁମତି ଦେଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଜିଲୋଟିନ ଜଦି ମାଓ ବାଦୀ ମାନଙ୍କ ହାତରେ ପଡେ ତେବେ ବଡ଼ ଅଘଟଣ କୁ ଏଡାଇ ଦିଆନଯାଇ ପରେ। ଏ ସଂପର୍କରେ ତୁମୁଡିବନ୍ଧ ରେଞ୍ଜର କାଳୀ ଚରଣ ବେହେରା କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ