ବେଲଗୁଣ୍ଠାରେ ଉଦ୍ୟାନ କୃଷି କର୍ମଶାଳା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ୍ ମାଧ୍ୟମରେ ବ୍ଳକ୍ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହାକୁ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ଯୋଗ ଦେଇ ସରକାର କୃଷକ ମାନଙ୍କ ପାଇଁ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା କରିଥିବା ବେଳେ କୃଷକ ମାନେ ଏହିଭଳି କର୍ମଶାଳାରେ ଯୋଗ ଦେଇ ନିଜ ପାଇଁ ଥିବା ସୁବିଧା ସୁଯୋଗ ବିଷୟରେ ଅବଗତ ହେବା ସହ ଏହାର ଲାଭ ଉଠାଇବା ପାଇଁ ଉପସ୍ଥିତ କୃଷକ ମାନଙ୍କୁ ପରାମର୍ଶ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସହକାରୀ କୃଷି ଅଧିକାରୀ ଶୈଳସୁତା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ,ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଏସ୍ ରାମା ରାଓ, ଭଞ୍ଜନଗର ସହକାରୀ ଉଦ୍ୟାନ କୃଷି ଅଧିକାରୀ ମାନସ ରଣା,ଭଞ୍ଜନଗର ସହକାରୀ କୃଷି ଅଧିକାରୀ ସୁମନ୍ ସାହୁ,ଆସିକା ସହକାରୀ ଉଦ୍ୟାନ କୃଷି ଅଧିକାରୀ ଗୀତାଞ୍ଜଳି ସାହୁ,ଶେରଗଡ଼ ଉଦ୍ୟାନ କୃଷି ଅଧିକାରୀ ଅଳକା ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ I ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଙ୍କିତା ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପଂଚାୟତରୁ ଦେଢଶହରୁ ଊର୍ଦ୍ଧ୍ୱ କୃଷକ ଯୋଗ ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ