ବେଲଗୁଣ୍ଠାରେ ଜଣେ କରୋନା ଯୋଦ୍ଧାଙ୍କ ସମେତ ୬ କରୋନା ପଜିଟିଭ ଚିହ୍ନଟ, ଚାରି ଗ୍ରାମ କଣ୍ଟେନମେଣ୍ଟ ଜୋନ୍ ଓ ଦୁଇ ବଫର ଜୋନ୍ ଘୋଷଣା

ବେଲଗୁଣ୍ଠା, ( ଶିବରାମ ଚୌଧୁରୀ): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ପ୍ରତି ବ୍ଳକରେ ସେହି ଅନୁପାତରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି ।ବେଲଗୁଣ୍ଠା ଅଞ୍ଚଳରେ ମଧ୍ୟ ସ୍ଥାନୀୟ ଲୋକଙ୍କ ଠାରେ କରୋନା ଚିହ୍ନଟ ହେଉଥିବାରୁ ପ୍ରଶାସନ ତଥା ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି ।ଶନିବାର ରାତି ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ବେଲଗୁଣ୍ଠା ବାଙ୍କବଜାରର ୪୫ ଓ ୪୩ ବର୍ଷୀୟ ଦୁଇଜଣ ଡ୍ରେସ୍ ବ୍ୟବସାୟୀ, କଂସାରୀ ସାହିର ଦୁଇଜଣ ୪୮ ଓ ୩୮ ବର୍ଷୀୟ ସ୍ୱାମୀ ସ୍ତ୍ରୀ ଓ ଜଣେ ସୁନା ବ୍ୟବସାୟୀ(୫୬) ଙ୍କ ସମେତ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବଡବୋରସିଂ ଅଞ୍ଚଳର ୫୦ ବର୍ଷୀୟ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସୁନା ବ୍ୟବସାୟୀ ଜଣକ ନିଜେ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ସ୍ୱାବ୍ ଦେଇ ଚିକିତ୍ସିତ ହେଉଥିବା ଜଣାପଡିଛି ।ପୁର୍ବରୁ ବେଲଗୁଣ୍ଠା,ଗିରିସୋଲା,ଜିରୋଳି,ଶାସନ କଣ୍ଟେନମେଣ୍ଟ ଜୋନ୍ ହୋଇଥିବା ବେଳେ କିରାପଲ୍ଲୀ ଓ।ଲୁଣିପଡା ବଫର ଜୋନ୍ ଘୋଷଣା ହୋଇସାରିଛି । ଆଜି ବେଲଗୁଣ୍ଠା ବ୍ଳକର ଗୋବରା,ବାସୁଦେବପୁର, କ୍ଷତ୍ରିୟ ବରପୁର ପଞ୍ଚାୟତର ନୁଆପଡା,ପାଇଲିପଡା ପଞ୍ଚାୟତର ଦହିମୁଣ୍ଡୁଳୀକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ଗୋବରା ପଞ୍ଚାୟତର ବିରିପୁର ଓ ବଡବୋରସିଂ ପଞ୍ଚାୟତର ଗୁଣ୍ଠପଲ୍ଲବାକୁ ପ୍ରଶାସନ ବଫର ଜୋନ୍ ଘୋଷଣା କରିବା ସହ ବାଉଁଶ ବାନ୍ଧି ସମ୍ପୂର୍ଣ୍ଣ ଗ୍ରାମ ଗୁଡିକୁ ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି ।ଗତ ତିନି ଦିନ ମଧ୍ୟରେ ବେଲଗୁଣ୍ଠା ବ୍ଳକ ଓ ଏନ୍.ଏ.ସିର କରୋନା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ପରିବାର ଓ ଲକ୍ଷଣ ଥିବା କିଛି ବ୍ୟକ୍ତିଙ୍କୁ ମିଶାଇ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ସ୍ୱାବ୍ ଦେଇ ରିପୋର୍ଟକୁ ଅପେକ୍ଷା କରିଛନ୍ତି ।ଏପରି ସ୍ଥଳେ ମଧ୍ୟ ପ୍ରଶାସନର ବାରମ୍ବାର ବାରଣ ସତ୍ତ୍ୱେ ବହୁଯାଗାରେ କିଛି ବକ୍ତି ତଥା ଯୁବକ କୌଣସି କଟକଣା ନ ମାନି ଖଟି କରୁଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ