ବେଲଗୁଣ୍ଠାରେ ଜିଲ୍ଲାପାଳଙ୍କ ଲକ୍ ଡାଉନ ସ୍ଥିତି ତଦାରଖ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଉପୁଜିଛି ।ଏଥିପାଇଁ ଜିଲ୍ଲାର ସମସ୍ତ ଅଞ୍ଚଳକୁ ତୀକ୍ଷ୍ଣ ନଜର ରହିଛି ।ବେଲଗୁଣ୍ଠା ବ୍ଳକ ବଙ୍କା ପଞ୍ଚାୟତ ର ଗିରିସୋଲା ଓ ଜିରୋଳିରେ।କରୋନା କିଛି ସ୍ଥାନୀୟ ଲୋକଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହେଇଥିବାରୁ ଗିରିସୋଲା କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ଜିରୋଳି ଓ କୀରାପଲ୍ଲି ଗ୍ରାମକୁ ବଫର ଜୋନ୍ ଘୋଷଣା କରାଯାଇଛି ।ଏହି କାରଣରୁ ସମ୍ଭାବ୍ୟ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ ବେଲଗୁଣ୍ଠା ଅଞ୍ଚଳରେ କଟକଣା କଡାକଡି କରାଯାଇଛି ।ପ୍ରଶାସନ ତରଫରୁ ମୁଖ୍ୟ ସଡକରେ ବ୍ଲକିଂ କରାଯାଇ ଅମାନିଆଙ୍କକଠାରୁ ଜୋରିମାନା ଆଦାୟ କରାଯାଉଛି ।ଏହି ପରିପ୍ରେକ୍ଷୀରେ ଆଜି ଦିନ ୧୧.୩୦ମି ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବେଲଗୁଣ୍ଠା ଗସ୍ତ କରି ଲକ୍ ଡାଉନ ସ୍ଥିତି ତଦରଖ କରିବା ସହ ବେଲଗୁଣ୍ଠା ପ୍ରଶାସନକୁ ଲୋକ ମାନଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୁରତ୍ୱକୁ ,ଅଯଥା ଗହଳି ନ କରିବା ପାଇଁ ଦୃଷ୍ଟି ଦେବା ପ୍ରଧାନ୍ୟ ଦେଇ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବା ପାଇଁ କହିଥିଲେ ।ତା ସହ ବେଲଗୁଣ୍ଠା ନିକଟ ନୁଆ କୋକଲୁଣ୍ଡା ନିକଟରେ ନିର୍ମାଣାଧୀନ ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ର ପରିଦର୍ଶନ ରେ ଯାଇ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରି ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ପ୍ରତି ପଞ୍ଚାୟତରେ ୧୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପାଇଁ ଜାଗା ଚିହ୍ନଟ ପାଇଁ ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଲକ୍ ଡାଉନ ସ୍ଥିତି ତଦାରଖ କରିବା ବେଳେ ସେଠାରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ଅତିରିକ୍ତ ତହସିଲଦାର ତଥା ନିର୍ବାହୀ ଅଧିକାରୀ ଧରଣୀଧର ବେହେରା,ବିଡିଓ ଶଶୀଭୂଷଣ ମହାପାତ୍ର, ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ