ବେଲଗୁଣ୍ଠାରେ ବିଜେପିର ମିଶ୍ରଣ ପର୍ବ ଓ ସାଧାରଣ ସଭା, ବିଜେଡିର ଲେଖା ଛିଣ୍ଡେଇବା ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଆହ୍ୱାନ

ଗାଙ୍ଗପୁର, (ସନ୍ତୋଷ କୁମାର ବିଷୋଇ):ନିର୍ବାଚନ ଋତୁ ଅବସରରେ ସୋରଡା ନିର୍ବାଚନ ମଣ୍ଡଳୀରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ନିର୍ବାଚନୀ ତାତି ର ପାରଦ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଗତ ତିନି ଦିନ ତଳେ ବିଜେଡି ପ୍ରଚାର ମଇଦାନରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ରବିବାର ସନ୍ଧ୍ୟାରେ ବିଜେପି ମଧ୍ୟ ନିଜ ଶକ୍ତି ପ୍ରଦର୍ଶନ କରି ପରିବର୍ତ୍ତନର ଆହ୍ୱାନ ଦେଇଛି । ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ନେତୃତ୍ୱରେ ବେଲଗୁଣ୍ଠା ବଡ଼ଦାଣ୍ଡରେ ଏକ ମିଶ୍ରଣ ପର୍ବ ଏବଂ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ମୁଖ୍ୟ କେନ୍ଦ୍ର ବିନ୍ଦୁ ଥିଲେ ଚର୍ଚ୍ଚିତ ଚେହେରା ତଥା ଗୋପାଳପୁର ବିଧାୟକ ଏବଂ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ଡଃ ପ୍ରଦୀପ ପାଣିଗ୍ରାହୀ ଓ ଆସିକା ସାଂସଦ ପ୍ରାର୍ଥିନୀ ଅନୀତା ଶୁଭଦର୍ଶିନୀ ।ଏହି ସମାବେଶରେ ବହୁ କର୍ମୀ ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ବିଶେଷ କରି ଗତ କିଛିଦିନ ତଳେ ବିଜେଡି ଛାଡିଥିବା ବେଲଗୁଣ୍ଠା ଏନଏସି ଉପାଧ୍ୟକ୍ଷା ଟି. ବବିତା କୁମାରୀ, ତାଙ୍କ ପତି ତଥା ପୁର୍ବତନ କାଉନସିଲର, ସଙ୍ଗଠକ ଲିଙ୍ଗରାଜ ପାତ୍ର ଓ ଜତୀନ ପାତ୍ର ସେମାନଙ୍କ ଶତାଧିକ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଦୁର୍ନୀତି ହେଉଥିବା ଅଭିଯୋଗ କରି ଆଗାମୀ ଦିନରେ ସେସବୁ ପର୍ଦ୍ଦାଫାଶ ହେବ ବୋଲି କହିଥିଲେ ।ଆମେ ବିଜେଡି ଦଳରେ ଥିଲେ ମଧ୍ୟ ଆମକୁ କୌଣସି କାର୍ଯ୍ୟକ୍ରମରେ ପଚରାଯାଉନଥିବା ଅଭିଯୋଗ କରିବା ସହ ଉପାଧ୍ୟକ୍ଷା ଙ୍କୁ କୌଣସି ଗୁରୁତ୍ଵ ଦିଆଯାଉନଥିବା କହିଥିଲେ । ତାଙ୍କ ସହିତ ଆଇନଜୀବି ଗଗନ ବିହାରୀ ବିନ୍ଧାଣିରା, ଶିକ୍ଷାବିତ୍ ରବୀନ୍ଦ୍ରନାଥ ଚୌଧୁରୀ, ପୁର୍ବତନ କାଉନସିଲର ରାଧାକୃଷ୍ଣ ସ୍ୱାଇଁ, ରବୀନ୍ଦ୍ରନାଥ ସାହୁ, ଭଗବାନ ସେଠୀ, ଏକ ନମ୍ବର ୱାର୍ଡର ବହୁ କର୍ମୀ ବିଜେପିରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖଦାଳ ପୋଲାଇ, ମଦନ ମାହୁନ୍ତ, କମଳା ପତି, ଅଜୟ ପତି, ଶଙ୍କର ପାତ୍ର, ରାମଚନ୍ଦ୍ର ମିଶ୍ର, ଉଢୁରାର ପୁର୍ବତନ ସମିତି ସଭ୍ୟ ବଳରାମ ସ୍ୱାଇଁ, ସୋରଡ଼ା ଏନ୍ଏସିର ୫ ନମ୍ବର କାଉନସିଲର ସୁଷମା ବେହେରା, ବେଲଗୁଣ୍ଠା ବ୍ଳକର ବହୁ କର୍ମୀ ଓ ନେତା ବିଜେପିରେ ଯୋଗ ଦେଇଥିଲେ । ଡଃ ପ୍ରଦୀପ ପାଣିଗ୍ରାହୀ ତାଙ୍କ ଚିରାଚରିତ ଢଙ୍ଗରେ ନିଜର ବକ୍ତବ୍ୟ ଉପସ୍ଥାପନ କରି ଆସ୍କା ଲୋକସଭା ଓ ସୋରଡ଼ା ବିଧାନସଭାରେ ପଦ୍ମ ଫୁଟାଇ ଲେଖା ଛିଣ୍ଡେଇ ଦେବା ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ଲୋକସଭା ପ୍ରାର୍ଥନୀ ତଥା ପୁର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ କନ୍ୟା ମଧ୍ୟ ନିଜ ସପକ୍ଷରେ ଭୋଟ ଭୀକ୍ଷା କରି ଚାକର ଶାସନ ସମାପ୍ତ କରି ଆସିକା ଲୋକସଭା ମଣ୍ଡଳୀକୁ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ଏକ ଅଂଶ କରିବା ପାଇଁ ନିବେଦନ କରିଥିଲେ । ନୀଳମଣି ମଧ୍ୟ ତାଙ୍କୁ ବିଜୟୀ କରାଇ ସେବା କରିବା ପାଇଁ ସୁଯୋଗ ଦେବା ପାଇଁ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ
ଘୁମୁସର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କେ. ରବୀନ୍ଦ୍ର କୁମାର ପାତ୍ର, ଶିବରାମ ପାଢ଼ୀ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ସୁଧୀର ଜେନା, ବେଲଗୁଣ୍ଠା ମଣ୍ଡଳ ସଭାପତି ମହେନ୍ଦ୍ର ବେହେରା, ନିଳାଂଚଳ ମହାପାତ୍ର, ରତିକୃଷ୍ଣ ମହାପାତ୍ର, ବରିଷ୍ଠ ବିଜେପି ନେତା ଅରୁଣ ମହାପାତ୍ର, ଘୁମୁସର ଜିଲ୍ଲା ସମ୍ପାଦକ ରଞ୍ଜନ ରାଉତ ପ୍ରମୁଖ ମଞ୍ଚସ୍ଥୀନ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ