ବେଲଗୁଣ୍ଠାରେ ସ୍ଵଚ୍ଛ ଚର୍ଚ୍ଚା ଦିବସ ପାଳନ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତିର ସହର ବେଲଗୁଣ୍ଠାକୁ ସ୍ଵଚ୍ଛତା କ୍ଷେତ୍ରରେ ସାରା ଦେଶରେ ଏକ ଆଦର୍ଶ ସହରରେ ପରିଣତ କରିବାର ସଂକଳ୍ପ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ସ୍ଵଚ୍ଛ ଚର୍ଚ୍ଚା ଦିବସ ପାଳନ ହୋଇଯାଇଛି I ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନୀର୍ବାହି ଅଧିକାରୀ ରାକେଶ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଵଚ୍ଛ ସର୍ବେକ୍ଷଣ-୨୦୨୧ ବିଷୟରେ ଆଲୋଚନା କରାଯିବା ସହ ମୋ ୱାର୍ଡ୍ ଏବଂ ମୋ ସାହି ଉପରେ ଆଲୋଚନା କରି ପ୍ରତି ସାହିରେ ସ୍ଵଚ୍ଛତା ପାଇଁ ସାହି କମିଟି ଗଠନ କରି ପ୍ରତି ଘରୁ ନିୟମିତ ଠିକ୍ ସମୟରେ ଆବର୍ଜନା ସଂଗ୍ରହ କରାଯିବା ସହ ଶୁଖିଲା ବର୍ଜ୍ୟବସ୍ତୁ ଏବଂ ଓଦା ବର୍ଜ୍ୟବସ୍ତୁ ପାଇଁ ଭିନ୍ନ ଭିନ୍ନ ଡଷ୍ଟବିନ୍ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା I ଏହା ସହ ପ୍ରତ୍ୟେକ ବ୍ୟକ୍ତି ନିଜର ପାଞ୍ଚ ମିଟର ପରିଧି ଅଞ୍ଚଳକୁ ପରିଷ୍କାର ରଖି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ସହାୟତାରେ ବିଭିନ୍ନ ବର୍ଜ୍ୟବସ୍ତୁର ସୁପରିଚାଳନା କରାଯାଇ ପ୍ରସ୍ତୁତ ଖତ ଏବେ ବଜାରରେ ଉପଲବ୍ଧ ଏବଂ ବେଲଗୁଣ୍ଠା ସହରକୁ ପଲିଥିନ୍ ଏବଂ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଥିଲା I ସୂଚନା ଥାଉ କି ଜାତୀୟ ସ୍ତରରେ ସ୍ଵଚ୍ଛତା କ୍ଷେତ୍ରରେ ଗତ ବର୍ଷ ବେଲଗୁଣ୍ଠା ସହରର ସ୍ଥାନ ୧୫୯ ନମ୍ବର୍ ରେ ଥିଲା ବେଳେ ଚଳିତ ବର୍ଷ ଏହି କ୍ଷେତ୍ରରେ ଅଧିକା ପ୍ରଗତି ନିମନ୍ତେ ବିଭିନ୍ନ କୌଶଳ ଉପରେ କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ I ଆଜିର କାର୍ଯ୍ୟକ୍ରମରେ ସାନିଟେସନ୍ ଏକ୍ସପର୍ଟ୍ ପ୍ରବୀଣ କୁମାର,ସୁଶାନ୍ତ ମିଶ୍ର,ପୂର୍ବତନ କାଉନସିଲର୍ ସିଏଚ୍ ଲିଙ୍ଗରାଜ ପାତ୍ର, ଯତୀନ୍ ପାତ୍ର,ସମାଜସେବୀ ତଥା ରୋଟାରିଆନ୍ ଭି.ଦେବୀ ପ୍ରସାଦ ପାତ୍ର,ବରିଷ୍ଠ ସଙ୍ଗଠକ ନିଳାଞ୍ଚଳ ମହାପାତ୍ର, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ଅଭିମନ୍ୟୁ ପଟ୍ଟନାୟକଙ୍କ ସମେତ ବଣିକ ସଂଘ କର୍ମକର୍ତ୍ତା,ପରିବା ବ୍ୟବସାୟୀ ସଂଘ କର୍ମକର୍ତ୍ତା, ପୂର୍ବତନ କାଉନସିଲର୍ ପ୍ରତିନିଧି, ୱାର୍ଡ୍ କମିଟି ସଦସ୍ୟ,ସ୍ୱଛ ସାଥି,ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ପ୍ରଭୃତିର କର୍ମକର୍ତ୍ତା ମାନେ ଯୋଗ ଦେଇ ବେଲଗୁଣ୍ଠା ସହରକୁ ଏକ ସ୍ଵଚ୍ଛ ସୁନ୍ଦର ସହରରେ ପରିଣତ କରିବାକୁ ସଂକଳ୍ପ ନେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ