ବେଲଗୁଣ୍ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ରଙ୍କ ପରିଚାଳନାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଗଣଦୌଡ଼କୁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସକାଳ ୭ଘଣ୍ଟ ସମୟରେ ଗଣଦୌଡ ନୃସିଂହ ମନ୍ଦିର ପ୍ରାଙ୍ଗଣରୁ ଶୁଭାରମ୍ଭ କରିଥିଲେ । ଏହି କାଯ୍ୟକ୍ରମ ରେ ଉପାଦକ୍ଷା ଟି ବବିତା କୁମାରୀ, ପୂର୍ବତନ କାଉନସିଲର ଲିଙ୍ଗରାଜ ପାତ୍ର ଉପସ୍ଥିତ ଥିଲେ । ବଡଦାଣ୍ଡ, ଗୋପୀନାଥ ସାହି, ହାଟପଦା ମେନରୋଡ ଦେଇ ଜ୍ଞାନ ଦେବୀ ଉଦ୍ୟାନ ପରିସରରେ ପହଞ୍ଚିଥିଲା । ସେଠାରେ ସମସ୍ତ ଅତିଥି ଓ1 କାଉନ୍ସିଲରମାନେ ବୃକ୍ଷ ରୋପଣ କରିଥିଲେ, ପରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସହ ମହାତ୍ମାଗାନ୍ଧୀ ଓ ଅନ୍ୟ ବୀରପୁତ୍ରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଳା ଅର୍ପଣ କରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜାତୀୟ ପତାକା କୁ ବିଧାୟକ ଶ୍ରୀ ବିଷୋୟୀ ଉତ୍ତୋଳନ କରିସାରିବା ପରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। ସନ୍ଧ୍ୟାରେ ଜ୍ଞାନଦେବୀ ଉଦ୍ୟାନରେ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପରିଚାଳନାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଥାନା ଅଧିକାରୀ ବନବିହାରୀ ପ୍ରଧାନ, ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଦିଲ୍ଲୀପ ଆଚାରୀ, ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାସ, ଲିଜା ବେହେରା, ପ୍ରିୟମ୍ବଦା ସାମଲ,ପ୍ରଦୀପ ସେଠୀ, ପ୍ରଗତି ପାତ୍ର, ସୁଜ୍ୟୋତି ସୁବୁଦ୍ଧି, ସଂଗୀତା ପାତ୍ର, ବିଶ୍ୱନାଥ ଦଳେଇ ଓ ପ୍ରତିମା ସ୍ୱାଇଁ କାଉନସିଲର ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ, ଉପନଗର ପାଳ, କାଉନସିଲର ଓ ଉଲ୍ଲେଖନିୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ ଅତିଥୀଙ୍କ ଦ୍ଵାରା ଭତ୍ତା ବଣ୍ଟନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ନୟାଗଡର ପ୍ରସିଦ୍ଧ ଢୁମ୍ପା ନାଚ ସମସ୍ତଙ୍କ ମନ ମୋହିଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଏନ ଏ ସି ନଗର ମିଶନ ପରିଭାଲକ ପ୍ରଫୁଲ୍ଲ ଷଡ଼ଙ୍ଗୀ ପରିଚାଳନା କରିଥିଲେ। ଅଂଚଳର ବହୁମାନ୍ୟଗଣ ବ୍ୟକ୍ତି ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ