ବେଲଗୁଣ୍ଠା ଅଞ୍ଚଳରେ ଦୁର୍ଗାପୂଜା ଅନୁଷ୍ଠିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ବେଲଗୁଣ୍ଠା ଓ ଏହାର ଆଖପାଖ ଅଞ୍ଚଳରେ ଦଶହରା ଓ ଦୂର୍ଗାପୂଜା କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ପାଳିତ ହୋଇଯାଇଅଛି ।ବେଲଗୁଣ୍ଠା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ,କଣ୍ଟେଇପଲ୍ଲୀ ମାଁ ଉଖୁଡେଇ ବଣିକ ସଂଘ ,ଖଜୁରୀ ପଲ୍ଲୀ ଗ୍ରାମ ବାଗଦେବୀ ପୀଠଠାରେ ଦୂର୍ଗାପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏଠାରେ ଦ୍ୱିତୀୟ ବାର୍ଷିକ ଦୂର୍ଗାପୂଜା ହେଉଥିବା ବେଳେ ମଙ୍ଗଳବାର ସପ୍ତମୀ ଠାରୁ ପୂଜା ଆରମ୍ଭ ହୋଇ ଦଶମୀ ତିଥିରେ ପୁର୍ଣ୍ଣାହୁତି ହୋଇଥିଲା ।ଏହି ଅବସରରେ ହୋଯଯଜ୍ଞ ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା ।ପଣ୍ଡିତ ସୁଦର୍ଶନ ପତିଙ୍କ ପୌରହିତ୍ୟରେ ହୋଇଥିବାବେଳେ ଦିପକ କୁମାର ପଣ୍ଡା କର୍ତା ଭାବେ ଦାୟିତ୍ୱ ସମ୍ପନ କରିଥିଲେ ।ଏଥିରେ ଖଜୁରୀ ପଲ୍ଲୀ ଗ୍ରାମବାସୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ