ରେଷପଣ୍ଡ ଟ୍ରଷ୍ଟର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ଶାରଦୀୟ ପାର୍ବଣ ସମୟରେ ସଭିଙ୍କ ମୁଁହରେ ହସ ଫୁଟାଇବା ର ପ୍ରୟାସ ପୂର୍ବକ ଡ଼ୁମାକୁମ୍ପା ପଞ୍ଚାୟତ ଡିହକୁମ୍ପା ପଲ୍ଲୀ ଗ୍ରାମ ରେ ରେଷପଣ୍ଡ ଟ୍ରଷ୍ଟ ଦ୍ୱାରା ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପାଦନ ହୋଇଯାଇଛି l ବରିଷ୍ଟ ମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ରକ୍ତ ଚାପ, ରକ୍ତ ଶର୍କରା, ଅମ୍ଳଜାନ ସ୍ତର, ୟୁରିକ ଏସିଡ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା, ପୋଷାକ ବିତରଣ, ଶିଶୁ ମାନଙ୍କୁ ପୋଷଣ ଯୁକ୍ତ ଶୁଖିଲା ଖାଦ୍ୟ ବିତରଣ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା l ଅଧକ୍ଷ ସ୍ବସ୍ତି ସୁନ୍ଦର ଙ୍କ ଉପସ୍ଥିତି ରେ ଚିନ୍ମୟ ପୋଲାଇ, କାଁହୁ ପରିଡା, ଶୁଭମ ପରିଡା, ଜଗନ୍ନାଥ ଙ୍କ ସଂଯୋଜନା ରେ ସାମାଜିକ ଅନୁଷ୍ଠାନ ବିପଦରବନ୍ଧୁ ସଦସ୍ୟ ମାନେ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିଲେ l କାର୍ଯ୍ୟକ୍ରମ କୁ ସମାଜସେବୀ ବିଭୁପାଦ ଜେନା,ଅଞ୍ଚଳ ର ଉତ୍ସାହି ଯୁବକ ଉମା, କୃଷ୍ଣ ପର୍ଯ୍ୟବେକ୍ଷଣ କରି ଏହିଭଳି ମହତକାମ ସମ୍ପାଦନ କରିଥିବା ସମସ୍ତ କର୍ମୀ, ସ୍ବେଛାସେବୀ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ