ବେଲଗୁଣ୍ଠା ଏନଏସି ରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ସରକାରଙ୍କ ଆହ୍ୱାନ କ୍ରମେ ଆଜି ସମଗ୍ର ଦେଶରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସ୍ଵଚ୍ଛତା ପାଇଁ ଘଣ୍ଟାଏ ଶ୍ରମଦାନ କରାଯାଇଛି I ଏହି ଅବସରରେ ବେଲଗୁଣ୍ଠା ଏନଏସି ଆନୁକୂଲ୍ୟରେ ମଧ୍ୟ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସ୍ଵଚ୍ଛତା ସମ୍ପର୍କିତ ସଭା ,ସଫେଇ, ଶପଥପାଠ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଇ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ଫିରୋଜ କୁମାର ସେଠି ଅଧ୍ୟକ୍ଷତାରେ ସହରର ଦୁଇଟି ସ୍ଥାନ ଯଥା ବାଲିଡି ସ୍ମଶାନ ଓ ବେଲଗୁଣ୍ଠା ବ୍ଲକ ନିକଟସ୍ଥ ଖୋଲା ବ୍ୟାୟା୍ମଶାଳା ଠାରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ପରିଷଦର ସମସ୍ତ ସଭ୍ୟ ସଭ୍ୟା ଅତିଥି ରୂପେ ଯୋଗଦେଇଥିବାବେଳେ ସମସ୍ତ କର୍ମଚାରୀ, ମିଶନଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ | ପରିଷଦ ତରଫରୁ ପରିମଳ ବିଶେଷଜ୍ଞ ଜି ପ୍ରବୀଣ କୁମାର ଓ ସହର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ ଦେଶର ପ୍ରଗତି ପାଇଁ ସ୍ଵଚ୍ଛତା ଅପରିହାର୍ଯ୍ୟ ଏବଂ ସ୍ଵଚ୍ଛତା ପାଇଁ ପ୍ରତ୍ୟେକ ମଣିଷର ଶ୍ରମଦାନ ଏକାନ୍ତ ଆବଶ୍ୟକ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I ଉପସ୍ଥିତ ସମସ୍ତ ବ୍ୟକ୍ତି ସ୍ଵଚ୍ଛତା ପାଇଁ ଶପଥ ଗ୍ରହଣ କରିବା ସହିତ ସ୍ଥାନୀୟ ପରିବେଶକୁ ସଫେଇ କରିଥିଲେ I ସଚେତନତା ସଭାରେ ନିଜେ ସ୍ଵଚ୍ଛ ରହିବା ସହିତ ପରିବେଶକୁ ସ୍ଵଚ୍ଛ ରଖିବା, ଡଷ୍ଟବିନ୍ ର ବ୍ୟବହାର କରିବା, ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ପୃଥକ କରି ବର୍ଜ୍ୟବସ୍ତୁ ପରିବହନ ଗାଡ଼ିରେ ଦେବା, ନିୟମିତ ହାତ ଧୋଇବା, ପଲିଥିନ୍ ବ୍ୟବହାରକୁ ନା କରିବା,ପାଇଖାନା ବ୍ୟବହାର କରିବା ଆଦି ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନ କରାଯାଇଥିଲା | ଶେଷରେ ପରିଷଦର ସଭ୍ୟ ଦିବ୍ୟରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ