ବେଲଗୁଣ୍ଠା ଏନ୍ଏସି ପକ୍ଷରୁ ସ୍ଵଚ୍ଛ ଏବଂ ପଲିଥିନ୍ ମୁକ୍ତ ବେଲଗୁଣ୍ଠା କାର୍ଯ୍ୟକ୍ରମ
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ମୋ ସ୍ୱାଭିମାନ୍ ସ୍ଵଚ୍ଛ ଗଞ୍ଜାମ ଅଭିଯାନ ସ୍ଵପ୍ନକୁ ସାକାର କରିବା ପାଇଁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଅକ୍ଟୋବର ଏକ ଏବଂ ଦୁଇ ତାରିଖରେ ଦୁଇଦିନ ଧରି ସ୍ଵଚ୍ଛ ବେଲଗୁଣ୍ଠା ଏବଂ ପ୍ଲାଷ୍ଟିକ୍ ମୁକ୍ତ ବେଲଗୁଣ୍ଠା ଗଠନ କରିବା ପାଇଁ ରାଲି ଏବଂ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉଭୟ ଦିନ ସକାଳ ସାତ ଘଣ୍ଟ ତିରିଶ ମିନିଟ୍ ସମୟରେ ରାଲି ଆରମ୍ଭ ହୋଇ ସାହାରା ପରିକ୍ରମା କରିଥିଲା I ଏହି ରାଲିରେ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ,ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଅଂଶ୍ରଗହଣକରି ଥିଲେ I ଏହି ଅବସରରେ ପବିତ୍ର ଗାନ୍ଧୀ ଜୟନ୍ତୀ ତିଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପୂର୍ବରୁ ଅନ୍ ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ, ବକ୍ତୃତା, ସଙ୍ଗୀତ,ଚିତ୍ରାଙ୍କନ, ରଙ୍ଗୋଲି, ସ୍ଵଚ୍ଛ ଗୃହ,ସ୍ଵଚ୍ଛ ଦୋକାନ ଆଦି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଏବଂ ସହରବାସୀଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ସମ୍ମାନୀତ ଅତିଥି ଭାବେ ପି.ଏଚ୍.ଡି ଏସ୍.ଡି.ଓ ଏବଂ ଅନ୍ୟତମ ଅତିଥି ରୂପେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ପରିଷଦର ସିଟି ମିଶନ୍ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ, ବରିଷ୍ଠ କର୍ମଚାରୀ ବାବୁଲା ଗୌଡ଼, ସାନିଟାଇଜ୍ ଇକ୍ସପର୍ଟ୍ ପ୍ରବୀଣ କୁମାର ପ୍ରମୁ୍ଖ ଉପସ୍ଥିତରହି ରହି ୧୯ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ସଫେଇ କର୍ମଚାରୀଙ୍କୁ ମଧ୍ଯ ମାନପତ୍ର ଦେଇ ସମ୍ମାନୀତ କରିଥିଲେ I କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ବିଶ୍ୱ ରଞ୍ଜନ ଜେନା, ସୁଶାନ୍ତ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ I