ବେଲଗୁଣ୍ଠା ଏନ୍.ଏ.ସିର ପ୍ରଥମ ପରିଷଦର କାଉନସିଲର ଙ୍କ ବିୟୋଗ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ଏନ୍.ଏ.ସି ଗଠନ ହେବାପରେ ପ୍ରଥମ ପରିଷଦର ନିର୍ବାଚିତ କାଉନସିଲର ଉଦୟନାଥ ସାହୁଙ୍କ ମଙ୍ଗଳବାର ଭୋର୍ ୪ଟାରେ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ଥିଲେ । ୧୯୭୪ ମସିହାରେ ବେଲଗୁଣ୍ଠା ସହର ଏନ୍.ଏ.ସି ଗଠନ ହୋଇଥିଲା ସେତେବେଳେ ୫ ଜଣ କାଉନସିଲର ନିର୍ବାଚିତ ହୋଇଥିଲେ ସେମାନଙ୍କ ମଧ୍ୟରୁ ସ୍ୱର୍ଗତ ସାହୁ କଂଗ୍ରେସ ଦଳରେ ନିର୍ବାଚନ ଲଢ଼ି କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ । ସଚ୍ଚୋଟ, ଧର୍ମପରାୟଣ,ମିଷ୍ଠଭାଷୀ ବ୍ୟକ୍ତି ଭାବେ ସେ ବେଲଗୁଣ୍ଠା ଓ ଆଖପାଖ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ,ବୋହୂ,ଝିଅ,ଜ୍ୱାଇଁ,ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ ସ୍ଥିତ ତାଙ୍କ ବାସଭବନରେ ଶେଷ ଦର୍ଶନ କରିଥିଲେ । କୋଭିଡ କଟକଣା ମଧ୍ୟରେ ତାଙ୍କ ମର ଶରୀରକୁ ବେଲଗୁଣ୍ଠା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ବଡପୁଅ ରବୀନ୍ଦ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ