ସେବା ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପି ପକ୍ଷରୁ ସେବା ସପ୍ତାହ ଆରମ୍ବ ହୋଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ସେବ ସପ୍ତାହ ପାଳନ ନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି । ଆଜି ବ୍ରହ୍ମପୁର ସହରରେ ବିଜେପି ପୁରୁଣା ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ବିଜେପି ପୂର୍ବତନ ଜିଲ୍ଲା ସଭାପତି କାହ୍ନ ଚରଣ ପତିଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ନରେନ୍ଦ୍ର ମୋଦିଙ୍କ ସରକାରରେ ହେଉଥିବା ବିଭିନ୍ନ ଜନହିତକର ଯୋଜନା ନେଇ ଆଲୋଚନା କରାଯାଇଥିଲା । ବେଲ,ଅଳାଁ,ଡାଳିମ୍ବ,ନିମ୍ବ ଭଳି ବିଭିନ୍ନ କିସମର େଓøଷଧିୟ ଚାରା ପୁରୁଣା ବ୍ରହ୍ମପୁର-ଆମ୍ବ ମାର୍କେଟ୍ ରାସ୍ତାରେ ରୋପଣ କରାଯାଇଥିଲା । ଏହି ଅବସରରେ ବିଜେପି ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି ବିନାୟକ ରଥ ଓ ସୌମେନ୍ଦ୍ର ଦାସ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ପ୍ରଭାତ ଷଡଙ୍ଗୀ,ମଦୋନ ମହୋନ ପାତ୍ର,ପ୍ରବୀର ପାତ୍ର, ଏନ ରାଜେନ୍ଦ୍ର କୁମାର,ବାଙ୍କ ସେଠୀ,ପି.ଶିବ ପ୍ରସାଦ ପାତ୍ର,କେ.ଟୁଙ୍ଗୁରୁ ପାତ୍ର,ସୁରେଶ ନାହାକ,କମୋଳ ପାତ୍ର,ପ୍ରଭାତ ସୁବୁଦ୍ଧି,ବାଳକୃଷ୍ଣ ସାମନ୍ତରା ,କିରଣ କୁମାର ସାହୁ,ମଧୂ ସୂଦନ ସାହୁ, ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ