ବେଲଗୁଣ୍ଠା ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ବ୍ଳକ ବିଜେଡି ତରଫରୁ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟ ଠାରେ ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି ।ଏଥିରେ ବ୍ଳକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ ସଭାପତିତ୍ୱ କରି ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ଭାବରେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ।ସେଥିପାଇଁ ବିଜେଡି ର ବିଜୟ ଯାତ୍ରା ଶଜାରି ରହିଛି ଏବଂ ଓଡିଶା କୁ ଏକ ବିକାଶଶୀଳ ରାଜ୍ୟରେ ପରିଣତ କରିବାରେ ବିଜେଡି ସରକାର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ନବୀନ ବାବୁଙ୍କ ନିର୍ମଳ ଭାବମୁର୍ତି ପାଇଁ ବିଜେଡି ଲୋକଙ୍କ ବିଶ୍ୱାସଭାଜନ ହୋଇ ଦୀର୍ଘ ୨୦ବର୍ଷ ହେବ ଶାସନ ଭାର ସମ୍ଭାଳିଛି ବୋଲି ବକ୍ତବ୍ୟ ରଖିଥିଲେ ।ବିଜୁ ବାବୁଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ କୁଞ୍ଜ ବିହାରୀ ନାୟକ,ଜିଲ୍ଲା ପରିଷଦ ୪୭ନମ୍ବର ଜୋନ୍ ଅମିତ୍ କୁମାର ନାୟକ,କ୍ଷତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ,ସମିତି ସଭ୍ୟ ପ୍ରଭାତ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ