ବେଲଗୁଣ୍ଠା ସହରରେରେ ଶିକ୍ଷାର ଅସଲ ଚିତ୍ର, ଅବହେଳିତ ହୋଇ ରହିଛି ଏକ ମାତ୍ର ବାଳିକା ଉଚ୍ଚ ବିଦ୍ୟାଳୟ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ସହର ।ସମଗ୍ର ଓଡିଶାରେ ବାଣିଜ୍ୟକୁ ନେଇ ଏହାର ସ୍ଵତନ୍ତ୍ର ପରିଚୟ ଥିବା ବେଳେ ଶିକ୍ଷାର ସହର ବୋଲି ମଧ୍ୟ ସହରଟି ଚିରପରିଚିତ ।ଦିନେ ମନ୍ଦିର,ପୋଖରୀ ଓ ଆଦର୍ଶ ଶିକ୍ଷକ ଙ୍କ ପାଇଁ ବେଲଗୁଣ୍ଠା ସୁନାମ ଅର୍ଜନ କରିଥିଲା ।କିନ୍ତୁ ସହର ମଝିରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟକୁ ଦେଖିଲେ ଏଠାରେ ଶିକ୍ଷାର ମାନ କେତେ ଉନ୍ନତ ତାହା ଜାଣିହେବ ।ଶିକ୍ଷାର ଭିତ୍ତିଭୂମିର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି ।କିନ୍ତୁ ସେହି ସବୁ ଯୋଜନା ଏହି ବିଦ୍ୟାଳୟ ପାଇଁ ସ୍ଵପ୍ନ ପାଲଟିଥିବା ବିଦ୍ୟାଳୟକୁ ଦେଖିଲେ ଜଣାପଡୁଛି ।୧୯୫୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟଳୟ କେବଳ ବାଳିକା ମାନଙ୍କ ପାଇଁ ଉଦ୍ଦିଷ୍ଟ ।କିନ୍ତୁ ସତରେ କଣ ଏହି ବିଦ୍ୟାଳୟ ବାଳିକାଙ୍କ ପାଇଁ ସୁରକ୍ଷିତ ।ଏହା ଜାଣିବା ପାଇଁ ଆମେ ପହଞ୍ଚିଥିଲୁ ବିଦ୍ୟାଳୟ ପରିସରରେ ।କିନ୍ତୁ ବିଦ୍ୟାଳୟଟି ଦେଖିଲା ପରେ ଆମେ ଭାବୁଛୁ ବିଦ୍ୟାଳୟଟି ଗୁହାଳ ସଦୃଶ ପାଲଟିଛି ।ଦୀର୍ଘ ୬୫ ବର୍ଷ ରେ ପାଦ ଦେଇଥିଲେ ମଧ୍ୟ ବିଦ୍ୟାଳୟର ଅବସ୍ଥା ଯାହା, ଆଖିରେ ନ ଦେଖିଲେ ବିଶ୍ଵାସ କରିହେବ ନାହିଁ । ବେଲଗୁଣ୍ଠା ସହର ମଝିରେ ଥିଲେ ମଧ୍ୟ ଶିକ୍ଷା ବିଭାଗୀୟ ଅଧିକାରୀ କିମ୍ବା ଲୋକ ପ୍ରତିନିଧି ଙ୍କ ଦ୍ରୁଷ୍ଟି ନ ପଡିବା ନିହାତି ଚିନ୍ତାର ବିଷୟ ।ଦିନ ଥିଲା ବିଦ୍ୟାଳୟ ଟି ରେ ୬୦୦ ରୁ ଉର୍ଦ୍ଧ ଛାତ୍ରୀ ପାଠ ପଢୁଥିଲେ ।କିନ୍ତୁ ଆଜି ଭିତିଭୂମି ଅଭାବ ହେତୁ ଛାତ୍ରୀ ସଂଖ୍ୟା ମାତ୍ର ୧୦୭ ।ଶିକ୍ଷକ ଓ ଶିକ୍ଷୟିତ୍ରୀ ମିଶି ମାତ୍ର ୫ ଜଣ ।ସମସ୍ତେ ଡେପୁଟସନରେ କାର୍ଯ୍ୟରତ ବୋଲି ଜଣାପଡିଛି ।ବିଦ୍ୟାଳୟରେ ଶ୍ରେଣୀଗୃହ ରେ ଉପରୁ କାଠ ଖସୁଥିବା ଅଭିଯୋଗ ହୋଇଛି,ପୁରୁଣା ଟିଣ ସବୁ କଣା ହୋଇଯାଇଥିବା ବେଳେ ବର୍ଷା ଦିନେ ପାଣି ଗଳୁଥିବା ଜଣାପଡିଛି,ପର୍ଯ୍ୟାପ୍ତ ପରିମାଣ ରେ ଟେବଲ ଚେୟାର ନଥିବାରୁ ଛାତ୍ରୀମାନେ ତଳେବସି ପାଠ ପଢୁଛନ୍ତି,ଛାତ୍ରୀ ମାନଙ୍କ ପାଇଁ ଉପଯୁକ୍ତ ପରିଶ୍ରଗାର ନାହି ।ବିଦ୍ୟାଳୟ ଚାରି ପାଖ ପାଚେରି କିଛି କିଛି ଜାଗାରେ ସମ୍ପୂର୍ଣ୍ଣ ଭୁଷୁଡିଯାଇଛି,ବିଦ୍ୟାଳୟ ରେ ସମସ୍ତ ବିଷୟ ପାଇଁ ଶିକ୍ଷକ ନାହାନ୍ତି,ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ନାହାନ୍ତି ।ଗତବର୍ଷ ବିଦ୍ୟାଳୟଟିର ପାସ ହାର ୭୧% ଥିବାବେଳେ ସର୍ବାଧିକ ୭୪% ରଖି ରୂପାଲୀ ପ୍ରଧାନ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟକୁ ଗୌରବାନ୍ଵିତ କରିଥିଲେ ।କିନ୍ତୁ ଉପଯୁକ୍ତ ଭିତ୍ତିଭୂମି ନଥିବାରୁ ବହୁ ଅଭିବାବକ ସେମାନଙ୍କ ପିଲାମାନଙ୍କୁ ଏହି ସ୍କୁଲରେ ପଢାଇବା ପାଇଁ ଉଚିତ ମଣୁନାହାନ୍ତି ।ତେଣୁ ଏହି ବିଦ୍ୟାଳୟର ଦୁରବସ୍ଥା ନେଇ ବେଲଗୁଣ୍ଠା ସହରର ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି ।କାରୋନା ପାଇଁ ବିଦ୍ୟାଳୟ ଏବେ ବନ୍ଦ ଥିଲେ ମଧ୍ୟ ବିଦ୍ୟଳୟ ଖୋଲିବା ପୂର୍ବରୁ ଏହାର ଅସଜଡା ଭିତ୍ତିଭୂମି କୁ ସଜାଡିବା ପାଇଁ ଅଭିବାବକ ମହଲ ରେ ଦାବି ଜୋର ଧରିଛି ।ଏ ନେଇ ଆମେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମି ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ,ବିଦ୍ୟାଳୟଟିର ପରିଚାଳନା କମିଟି ଏବଂ ଅଭିବାବକ ମାନେ ଏ ନେଇ ତାଙ୍କୁ ଲିଖିତ ଅଭିଯୋଗ କଲେ ସେ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ପ୍ରତିକ୍ରିୟାରେ ଜଣାଇଛନ୍ତି ।ଏସବୁ ଅଭିଯୋଗ ସତି ଏବଂ ଏହାର ବିହିତ ସମାଧାନ କରାଯିବା ଉଚିତ ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଶାକର ନାୟକ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ