ବେଲଗୁଣ୍ଠା ମହିଳା ବିଜ୍ଞାନ ମହାବିଦ୍ୟାଳୟର ବିଜ୍ଞାନ ପାସ୍ ହାର ୯୧%

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଆଜି ପ୍ରକାଶ ପାଇଛି ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷା ଫଳ ।ବେଲଗୁଣ୍ଠା ଜଗନ୍ନାଥ ବିହାର ସ୍ଥିତ ମହିଳା ବିଜ୍ଞାନ ମହାବିଦ୍ୟାଳୟରେ ପାସ୍ ହାର ଶତକଡା ୯୧ ପ୍ରତିଶତ ରହିଛି ।ମହାବିଦ୍ୟାଳୟରେ ମୋଟ ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ୧୨ ଜଣ ଛାତ୍ରୀ ପଢ଼ୁଥିବା ବେଳେ ତନ୍ମଧ୍ୟରୁ ୧୧ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।ସେଥିରେ ୨ ଜଣ ଛାତ୍ରୀ ପ୍ରଥମ ଶ୍ରେଣୀ,୩ ଜଣ ଛାତ୍ରୀ ଦ୍ୱିତୀୟ ଶ୍ରେଣୀ ଏବଂ ୬ ଜଣ ଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ କେବଳ ଜଣେ ଛାତ୍ରୀ ଫେଲ୍ ହୋଇଥିବା ଜଣାପଡିଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ କେ.ରାଜେନ୍ଦ୍ର ନାରାୟଣ ଆୟେଙ୍ଗାର ସମସ୍ତ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।କଲେଜର ବିଜ୍ଞାନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।କଲେଜର ବିଜ୍ଞାନ ବିଭାଗରେ ଛାତ୍ରୀମାନଙ୍କୁ ନାମଲେଖାଇବା ପାଇଁ ବେଲଗୁଣ୍ଠା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।କଲେଜର ବିଜ୍ଞାନ ବିଭାଗୀୟ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଉତ୍ତମ ଶିକ୍ଷାଦାନ ଫଳରେ ଏହା ସମ୍ଭବ ହୋଇପାରିଛି ଏବଂ ଆଗାମୀ ଦିନରେ ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ଭଲ କରିବ ବୋଲି ଅଧ୍ୟକ୍ଷ ଶ୍ରୀ ଆୟେଙ୍ଗାର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ