ବେଲଗୁଣ୍ଠା ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ୍ କ୍ଲଷ୍ଟର୍ ସ୍ତରୀୟ ପ୍ରଶିକ୍ଷଣ ଶିବିର

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ୍ ତରଫରୁ ଏକ କ୍ଲଷ୍ଟର୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି I ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଯୋଜକ ପ୍ରାଧ୍ୟାପକ ବି.ଗୋବିନ୍ଦ ରାଓ ଏବଂ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ତଥା କାଉନସେଲର୍ ଦେବବ୍ରତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଡ.ଗୁରୁମୂର୍ତ୍ତୀ ନାୟକ,ସନ୍ତୋଷ କୁମାର ପାଣିଗ୍ରାହୀ,ଅଶୋକ ସ୍ୱାଇଁ, ଅଶୋକ କୁମାର ପ୍ରଧାନ, ସପନ କୁମାର ପ୍ରଧାନ, ଯୁକ୍ତ ଦୁଇ ସଂଯୋଜକ ଡ.ରଞ୍ଜନ କୁମାର ପ୍ରଧାନ, ଯୁକ୍ତ ତିନି ସଂଯୋଜକ ଡ.ପ୍ରଫୁଲ୍ଲ କୁମାର ଜେନା ଏବଂ ଟି.ଏସ୍.ଡି କଲେଜ୍ କାଉନସେଲର୍ ଜୟସେନ୍ ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିଲେ I ମୁଖ୍ୟବକ୍ତା ସ୍ଵେଚ୍ଛାସେବୀମାନଙ୍କୁ ଯୁବ ରେଡ଼କ୍ରସ୍ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ I ଦ୍ୱିତୀୟ ଅଧିବେଶନରେ ଅଧ୍ୟାପକ ଜୟସେନ୍ ବିଶ୍ୱାଳ, ଡ.ଗୁରୁମୂର୍ତ୍ତୀ ନାୟକ,ଅଶୋକ କୁମାର ସ୍ୱାଇଁ ଏବଂ ସପନ କୁମାର ପ୍ରଧାନଙ୍କ ପରିଚାଳନାରେ ବକ୍ତୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା I କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିକ ରଞ୍ଜତ୍ କୁମାର ସାମଲ ଏବଂ କ୍ରୀଡ଼ା ଶିକ୍ଷକ ବିଶ୍ୱ ରଞ୍ଜନ ସ୍ୱାଇଁ ସହଯୋଗ କରିଥିଲା ବେଳେ ଡ.ରଞ୍ଜନ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ