କୃଷକଙ୍କ ୩ଘଂଟିଆ ଚକାଜାମ ଡ଼ାକରା : ହିଞ୍ଜିଳିରେ ପ୍ରଭାବଶୁନ୍ୟ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ୩ଟି ନୁଆ କୃଷି ଆଇନକୁ ବିରୋଧ କରି କୃଷକ ମାନେ ଶନିବାର ସମଗ୍ର ଦେଶରେ ଚକାଜାମ ଆନ୍ଦୋଳନ ଡ଼ାକରା ଦେଇଥିଲେ । ଶନିବାର ମଧ୍ୟାନ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାସ୍ତାରୋକ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଭାରତୀୟ କି।।ନ ୟୁନିୟନ ପକ୍ଷରୁ କେବଳ ଗୋଟିଏ ଦିନର ୩ଘଂଟା ପାଇଁ ଚକାଜାମ କରାଯିବା ଲାଗି ସ୍ଥିର କରାଯାଇଥିବା ବେଳେ କୌଣସି ପ୍ରକାର ବିକ୍ଷୋଭ ପଦର୍ଶନ କରାଯିବ ନାହିଁ ବୋଲ ି ଘୋଷଣା କରାଯାଇଥିଲା । ହେଲେ ରାଜ୍ୟ ମୁଖିଆଙ୍କ ଗଡ଼ ହିଞ୍ଜିଳିକାଟୁ ପୌରାଂଚଳ କିମ୍ବା ବ୍ଳକ ଅଂଚଳରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା ।


