ବେଲବନ୍ଧରେ ବିଜେପିର ମିଶ୍ରଣପର୍ବ, ୧୫୦ରୁ ଉର୍ଦ୍ଧ କର୍ମୀ ବିଜେପିରେ ସାମିଲ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅଁରା ପଞ୍ଚାୟତରେ ବେଲବନ୍ଧ ଠାରେ ବିଜେପିର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରୀୟତା ଓ ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱକୁ ଭରଷା କରି ୧୫୦ରୁ ଉର୍ଦ୍ଧ ଲୋକ ଆଜି ବିଜେପିରେ ସାମିଲ ହୋଇଛନ୍ତି । ମଣ୍ଡଳ ସଭାପତି ଶଶିକାନ୍ତ ରାଉତ, ବରିଷ୍ଠ ନେତା ଅଭିମନୁ୍ୟ ପରିଡା, ଶକ୍ତିକେନ୍ଦ୍ର ପ୍ରମୁଖ ଅବିନାଶ ଜେନା, ସଞ୍ଜୟ ସାହୁ, ନିତ୍ୟାନନ୍ଦ ସା, ଚନ୍ଦ୍ରମଣି ମାଝୀ, ନେପାଲି ଜେନାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀ, ନମାମି ଗଙ୍ଗେର ରାଜ୍ୟ ସଭାପତି ମହେଶ୍ୱର ସାହୁ, ଆନନ୍ଦପୁର ପ୍ରହାରୀ ହରିହର ମହାନ୍ତ, ରାମଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞ୍ୟାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନି ପ୍ରମୁଖ ଯୋଗଦେଇ ଏହି ପଞ୍ଚାୟତରେ ଗରିବ ଲୋକମାନଙ୍କର ଦୁର୍ଦ୍ଦଶା ସହ ପଞ୍ଚାୟତର ଉନ୍ନତି ମୁଳକ କାର୍ଯ୍ୟକ୍ରମର ଅଚଳାବସ୍ଥାକୁ ନେଇ ରାଜ୍ୟ ସୀକାରଙ୍କ ସମେତ ସ୍ଥାନୀୟ ପ୍ରଶାସନ ବିରୁଦ୍ଧରେ ବିଶେଦାଗାର କରିଥିଲେ । ବିକାଶ କେବଳ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦ୍ୱାରା ସମ୍ଭବ ହୋଇ ପାରିବ ଓ ଏଥିପାଇଁ ଓଡିଶାରେ ବିଜେପିକୁ ଶାସନକୁ ଆଣିବାକୁ ଉପସ୍ଥିତ ନେତାମାନେ ଲୋକମାନଙ୍କୁ ଆହ୍ାନ ଦେଇଥିଲେ । ଏଥିରେ ପୁର୍ବତନ ସରପଞ୍ଚ ସନାତନ ମାଝୀ, ରାବିନ୍ଦ୍ର ରାଉଳ, କାହ୍ନୁ ଜେନା, ଲକ୍ଷ୍ମୀଧର ନାୟକ, ଧର ମୁଣ୍ଡା, ମାୟାଧର ମାଝୀ, ଶ୍ରୀନାବିସ ସାହୁ, ମାନ ମୁଣ୍ଡା, ନୃସିଂହ ମୁଣ୍ଡା, ଟୁନା ମୁଣ୍ଡା, ରଙ୍ଗାଧର ମୁଣ୍ଡାଙ୍କ ସମେତ ୧୫୦ରୁ ଉର୍ଦ୍ଧ ଲୋକ ବିଜେପିରେ ସାମିଲ ହୋଇଥିଲେ । ଉପସ୍ଥିତ ଦଳୀୟ ନେତାମାନେ ସେମାନଙ୍କୁ ଉତ୍ତରୀୟ ଓ ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ