ହାଟଡିହି ପଞ୍ଚାୟତ ସମିତି ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ପଞ୍ଚାୟତ ସମିତିର ଆଜି ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ସୁଶ୍ରୀ ବିନିତା ବିଜୟିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସମିତିର ଅଧ୍ୟକ୍ଷା ସାବିତ୍ରୀ ସେଠୀ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସମିତିର ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ, ସୁକାନ୍ତୀ ଜେନା, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା ହାଟଡିହି ତହସିଲଦାର ନରେନ୍ଦ୍ର କୁମାର ସେଠୀ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ବିଇଓ ଧନେଶ୍ୱର ଖଣ୍ହେଇ ସ୍ୱାଗତ ଭାଷଣ ଦେବାପରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଶରତ କୁମାର ବେଜ ପୁର୍ବ ସଭାର ବିବରଣୀ ପାଠ କରିଥିଲେ । ଏହି ବୈଠକରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଖାଉଟି ସୁରକ୍ଷା ଯୋଜନା , ଭତ୍ତା, ପଶୁପାଳନ ଆଦି ବିଭାଗର କାର୍ଯ୍ୟ ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଲୋଚନା ସମୟରେ ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ଚାଉଳ ଠିକ ଭାବେ ମିଳୁନଥିବା, ଅନେକ ହିତାଧିକାରୀ ମାସ ମାସ ଧରି ଚାଉଳ ପାଇବାରୁ ବଞ୍ଚିତ ହେଉଥିବା ଓ ଯୋଗାଣ ଅଧିକାରୀ ଲୋକପ୍ରତିନିଧି ମାନଙ୍କ ଅଭିଯୋଗକୁ ଶୁଣୁ ନଥିବା ନେଇ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା ମାନେ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେହିପରି ଭତ୍ତା ବଣ୍ଟନରେ ପ୍ରାୟ ସମସ୍ତ ପଞ୍ଚାୟତରେ ନାନା ଅନିୟମିତତା ଦେଖା ଯାଉଥିବା ନେଇ ସରପଞ୍ଚ ଓ ସଭ୍ୟମାନେ ଅଭିଯୋଗ କରିଥିଲେ । ଶହଶହ ଭତ୍ତା ହିତାଧିକାରୀ ଉପଯୁକ୍ତ ସମୟରେ ଭତ୍ତା ନପାଇବା, ଜଣକର ଭତ୍ତା ଭିନ୍ନ ଏକାଉଣ୍ଟକୁ ଯିବା, ବୟସାଧିକ ହିତାଧିକାରୀ ମାନେ ବ୍ୟାଙ୍କକୁ ନଯାଇ ପାରିବାରୁ ଭତ୍ତା ପାଇପାରୁ ନଥିବା ନେଇ ଅଭିଯୋଗ ହେବାପରେ ୍କିପରି ଏହାର ତୁରନ୍ତ ସମାଧାନ ହୋଇପାରିବ ସେନେଇ ବିଡିଓ ଦୃଷ୍ଟି ଦେବାକୁ ସରପଞ୍ଚ ସଭ୍ୟମାନେ ଦାବି କରିଥିଲେ । ସେହିପରି କେ ବାଲିପାଳ ପଞ୍ଚାୟତର ମଲ୍ଲିପସି, ସରମୁଣ୍ଡି ଗ୍ରାମକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାରେ ବଉଳାନାଳ ଉପରେ ପୋଲ ନିର୍ମାଣ ନେଇ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଆଲୋଚନା କରିବାପରେ ବନବିଭାଗର ମଞ୍ଜୁରୀ ମିଳିପାରୁ ନଥିବାରୁ କାମ ବନ୍ଦ ହୋଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀଯନ୍ତ୍ରୀ ସୁଚନା ଦେିତôଲେ । ଏନେି ବିଧାୟକ ତୁରନ୍ତ କରଞ୍ଜିଆ ଡିଏଫଓ ଏବଂ ଆନନ୍ଦପୁର ଡିଏଫଓଙ୍କ ସହିତ କଥା ହୋଇ କିପରି ବନ ବିଭାଗର ସ୍ୱୀକୃତ୍ତି ମିଳିପାରିବ ସେନେଇ ପଦକ୍ଷେପ ନେବେ ବୋଲି କହିଥିଲେ । କୃଷି ବିଭାଗର ଅଧିକାରୀ ଭାମା ମଞ୍ଜରୀ ମହାନ୍ତ ବ୍ଲକରେ ଚାଲିଥିବା ବିଭିନ୍ନ କୃଷକ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ । ସେହିପରି ଶିକ୍ଷା ବିଭାଗର ଆଲୋଚନା କାଳରେ ବିଇଓ ଧନେଶ୍ୱର ଖଣ୍ଡେଇ ଆସନ୍ତା ଜୁନ ମାସରୁ କେବଳ କେନ୍ଦୁଝର ଜିଲ୍ଲାରେ ୯ମ ଓ ୧୦ମ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ନେଇଥିବା ନିଷ୍ପତି ସମ୍ପର୍କରେ ସୁଚନା ଦେଇଥିଲେ । ଆସନ୍ତା ଜୁନ ମାସ ୧୮ତାରିଖ ଭିତରେ ସମସ୍ତ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗ ପଦକ୍ଷେପ ନେଉଛି ବୋଲି ବିଇଓ ଶୟୀ ଖଣ୍ଡେଇ ସୁଚନା ଦେଇଥିଲେ । କେ ବାଲିପାଳ ପଞ୍ଚାୟତର ରାଇଘାଟି ଗ୍ରାମର ଲୋକମାନେ ପିଡିଏସ ସାମଗ୍ରୀ ପାଇଁ ୫କିଲୋମିଟର ଦୁର ଘାଟରାସ୍ତା ପାର ହୋଇ ଚାଉଳ ନେବାରେ ନାନା ଅସୁବିଧା ଭୋଗ କରୁଥିବାରୁ ରାଇଘାଟି ଉପରେ ଏକ ସବସେଣ୍ଟର କରାଯାଇ ଲୋକମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପିଡିଏସ ସମେଗ୍ରୀ ବଣ୍ଟନ କରିବାକୁ ବିଧାୟକ ଯୋଗାଣ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ଭାରପ୍ରାପ୍ତ ଜିପିଓ ଶରତ କୁମାର ବେଜ ପୁର୍ବ ସଭାର ବିବରଣୀ ପାଠ କରିଥିବାବେଳେ ଏଥିରେ ୩୧ଟିଯାକ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ସଭ୍ୟା ମାନେ ଯୋଗାଦଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ