ବେଳାଭୂମିର ପରିଛନ୍ନତା ଓ ସୁରକ୍ଷା ପାଇଁ ନେଲେ ସଂକଳ୍ପ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ମୋ ବିଚ ଅଭିଯାନକୁ ସୁଦୂରପ୍ରସାରି କରିବା ଲକ୍ଷ୍ୟରେ ଆନ୍ତ୍ରଜାତୀୟ ବେଳାଭୂମି ସଫେଇ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ମାସର ତୃତୀୟ ଶନିବାରକୁ ବେଳାଭୂମି ସଫେଇ ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନିକଟସ୍ଥ ପୀରଜାହାନିଆ ପର୍ଯ୍ୟଟନସ୍ଥଳୀ ବେଳାଭୂମି ରେ ଓଡିଶା ସରକାରଙ୍କ ତରଫରୁ ପର୍ଯ୍ୟଟନ ବିଭାଗ ଓ ବନବିଭାଗ ତରଫରୁ ଆୟୋଜିତ ହୋଇଯାଇଛି ସଚେତନ କାର୍ଯ୍ୟକ୍ରମ ସହ ବେଳାଭୂମି ସଫେଇ। ଉପସ୍ଥିତ ଅତିଥି ଭାବେ କୋଣାର୍କ ପର୍ଯ୍ୟଟନ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ଅମୀୟ ରଞ୍ଜନ ସେଠୀ ସ୍ବେଛାସେବୀ ଙ୍କ ଏହି ଉଦ୍ୟମକୁ ଭୂୟଂସୀ ପ୍ରଶଂସା କରିବା ସହ ଏହି ମହତ୍ୱକାକ୍ଷା କାର୍ଯ୍ୟକ୍ରମ କୁ ଜାରୀ ରଖିବାକୁ ପରାମର୍ଶ ଦେଇଥିଲେ। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଶନିବାର ସକାଳ ୬ଟାରୁ ଏହି ମେଗା ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ପର୍ଯ୍ୟଟନ ବିଭାଗ ଅଧିକାରୀ ଓ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ବିଭିନ୍ନ ସଂଗଠନ, ସରକାରୀ ଅଧିକାରୀ, ଯୁବ ଗୋଷ୍ଠୀ, ମହିଳା, ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟସଭ୍ୟା ଏହି ଅଭିଯାନରେ ସାମିଲ୍ ହୋଇ ବେଳାଭୂମିକୁ ସଫା କରୁଥିବାର ଦେଖିବାକୁ ମିଳିଥିଲା। ଗ୍ରାମାଞ୍ଚଳରେ ବିଭିନ୍ନ ସଂଗଠନ ଓ ସ୍ବେଚ୍ଛାସେବୀଙ୍କ ସହଯୋଗରେ ସକାଳ ୬ଟାରୁ ୯ଟା ଯାଏ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଝୁଡ଼ି, ବସ୍ତା ଆଦି ଧରି ଆବାଳବୃଦ୍ଧବନିତା ଏହି ଅଭିଯାନରେ ସାମିଲ୍ ହୋଇ ପରିଚ୍ଛନ୍ନ କରିବା ସହ ବେଳାଭୂମିର ସୌନ୍ଦର୍ଯ୍ୟକୁ ବଜାୟ ରଖିବାକୁ ବାର୍ତ୍ତା ଦେଇଥିଲେ।ଅସ୍ତରଙ୍ଗ ନିକଟସ୍ଥ ପୀରଜାହାନିଆ ଠାରୁ ଆରମ୍ଭ କରି ଡ଼ାଳୁଅକଣି ବେଳାଭୂମି ପର୍ଯ୍ୟନ୍ତ ସମସ୍ତେ ପ୍ରତ୍ୟୁଷ ରୁ ଏକତ୍ରିତ ହୋଇ ଏହି ସଫେଇ କାର୍ଯ୍ୟକ୍ରମ ରେ ସାମିଲ ଥିଲେ।
ପୀରଜାହାନିଆ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ପ୍ରତ୍ୟେକ ଦିନ ଏଠାକୁ ଶହ ଶହ ପର୍ଯ୍ୟଟକ ଆସି ପୀରବାବା ଙ୍କୁ ଦର୍ଶନ କରିବା ସହ ସମୁଦ୍ର ସ୍ନାନ କରିବା ଶହ ବଣଭୋଜି ମଧ୍ୟ କରିଥାନ୍ତି। କିନ୍ତୁ ଦିନକୁ ଦିନ ପରିବେଶ ଓ ବେଳାଭୂମି ପ୍ରଦୂଷିତ ହେବାରେ ଲାଗିଛି। ପରିବେଶ ପ୍ରଦୂଷକ ଗୁଡିକ ମଧ୍ୟରେ ଅନ୍ୟତମ ହେଉଛି ପ୍ଲାଷ୍ଟିକି।
ଅତିଥି ଭାବେ ଯୋଗ ଦେଇ ବଣଭୋଜି କରୁଥିବା ଦଳ, ପର୍ଯ୍ୟଟକ ଓ ବ୍ୟବସାୟୀ ମାନଙ୍କୁ ପଲିଥିନ ବ୍ୟବହାର ବାରଣ କରିବା ସହ ଆବର୍ଜନା କୁଣ୍ଡରେ ଆବର୍ଜନା ପକାଇବାକୁ ପରାମର୍ଶ ଦିଆଯାଇଥିଲା। ବଣଭୋଜି ଦଳକୁ ଥର୍ମକୋଲ ଥାଳି ପ୍ଲେଟ ବଦଳରେ ଶାଳପତ୍ର, କଦଳୀ ପତ୍ର କିମ୍ବା ତିଆରି ଖଲି ପତ୍ର ଓ ଦନା ବ୍ୟବହାର କରିବାକୁ ନିର୍ଦ୍ଧେଶ ସହ ପ୍ଲାଷ୍ଟିକି ଦ୍ୱାରା କିପରି ପରିବେଶ ଦୂଷିତ କରେ ଏହା ବେଳାଭୂମିରେ ପ୍ଲାଷ୍ଟିକି ପଡିଲେ ସାମୁଦ୍ରିକ ଜୀବ ଜଗତ କିପରି ପ୍ରଭାବିତ ହେଉଛି ପର୍ଯ୍ୟଟକ ଓ ଉପସ୍ଥିତ ଛାତ୍ର, ଛାତ୍ରୀ, ସ୍ଥାନୀୟ ଲୋକଙ୍କୁ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର ପରାମର୍ଶ ଦେଇଥିଲେ।ବେଳାଭୂମି କୁ ସଭିଏଁ ମିଶି ସଫା ସୁତୁରା ରଖିଲେ ବିଶ୍ୱ ସ୍ତରରେ ଏହାର ମାନ ବଢିବା ସହ କୌଣସି ବର୍ଜ୍ୟବସ୍ତୁ କୁ ଏଠି ସେଠି ନ ପକାଇ ଡଷ୍ଟବିନି ରେ ପକାଇବା ଆବଶ୍ୟକ ବୋଲି ଜଗତସିଂହପୁର ଲୋକସଭା ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ପର୍ଯ୍ୟଟନ ବିଭାଗ ଅଧିକାରୀ ଅମୀୟ ରଞ୍ଜନ ସେଠୀ, ଅସ୍ତରଙ୍ଗ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର, ବନପାଳ କାଳୀ ଚରଣ ମହାନ୍ତି, ମାନସ ରଞ୍ଜନ ବେହେରା, ଟିକିନା ପ୍ରଧାନ ଙ୍କ ସହ ଅନ୍ୟ କର୍ମଚାରୀ, ବିଦ୍ୟାଳୟ ଛାତ୍ର, ଛାତ୍ରୀ, ମହିଳା ମହାସଂଘ କର୍ମକର୍ତ୍ତା, ଅସ୍ତରଙ୍ଗ ପଂଚାୟତ ସମିତି ତରଫରୁ ଜନପ୍ରତିନିଧି,ପରିବେଶବିତି ସୋମ୍ୟ ରଞ୍ଜନ ବିଶ୍ୱାଳ, ବିଚିତ୍ରାନନ୍ଦ ବିଶ୍ୱାଳ, ପୂର୍ବତନ ସାମରିକ କର୍ମଚାରୀ ସଙ୍ଘ ସଭାପତି ସୁରେଶ ସ୍ୱାଇଁ ଙ୍କ ସହ ଅନ୍ୟ ମାନେ ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ସତରେ ବେଳାଭୂମି କୁ ସଫା ସୁତୁରା ରଖିବା ପାଇଁ ଏ ଉଦ୍ୟମ ପ୍ରଶଂସନୀୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ