ବେଳାଭୂମି ମହୋତ୍ସବ ରେ ପଦ୍ମନଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ କଳାନିପୁଣତା ଦର୍ଶକଙ୍କୁ ବିମୋହିତ କରିଛି
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗୋପାଳପୁର ବେଳାଭୂମି ମହୋତ୍ସବ ରେହଜାର ହଜାର ଦର୍ଶକପଲ୍ଲିଶ୍ରୀ ମେଳା ଠାରୁ ଆରମ୍ଭ କରି ବାଲୁକାକଳା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଭରପୁର ମଜା ନେଉଛନ୍ତି । ସବୁଠାରୁ ଆକର୍ଷଣୀୟ କରୁଛି ବେଳାଭୂମି ମହୋତ୍ସବର ମୁଖ୍ୟମଞ୍ଚ ପଛଭାଗରେ ପ୍ରଦର୍ଶିତ ହେଉଥିବା ବାଲୁକା କଳା । ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ନିଜ ହାତର ଜାଦୁରେ ଗଢି ଉଠିଥିବା ୭ ଫୁଟ ଉଚ୍ଚତାବିଶିଷ୍ଟ ଶାନ୍ତାକ୍ଲଜ୍, ୬୦ ଫୁଟ ଚଉଡା ସ୍ଥାନରେ ନିର୍ମିତ ହୋଇଥିବା ଏହି କଳାକୃତିରେ ୧.୫ ଟନ୍ ର ଟମାଟୋ ବ୍ୟବହୃତ ହୋଇ ଗଢା ହୋଇଛି ଶାନ୍ତାକ୍ଲଜ୍ । ପବିତ୍ର ଖ୍ରୀଷ୍ଟମାସ ଅବସରରେ ଏହି ଶାନ୍ତା କ୍ଲଜ୍ ର ନିର୍ମାଣରେ ପଦ୍ମଶ୍ରୀ ପଟ୍ଟନାୟକଙ୍କ ୧୫ ଜଣ ଛାତ୍ର ସହଯୋଗ କରିଛନ୍ତି । ଦୀର୍ଘ ୨୨ ବର୍ଷ ପରେ ପୁଣିଥରେ ପଦ୍ମଶ୍ରୀ ପଟ୍ଟନାୟକଙ୍କ ଏହି ବାଲୁକା କଳା ପ୍ରଦର୍ଶନ କରିଥିବା ଶ୍ରୀ ପଟ୍ଟନାୟକକହନ୍ତି । ୨ ଦିନର ଅକ୍ଲାନ୍ତ ପରିଶ୍ରମରେ ଏହି ଶାନ୍ତାକ୍ଲଜ୍ ପ୍ରସ୍ତୁତ ହୋଇଛି , ଯାହାକି ବିଶ୍ବ ରେକର୍ଡ ସୃଷ୍ଟି କରିବ ବୋଲି ଆଶା କରାଯାଏ ।


