ବେଳାଭୂମି ଯଜ୍ଞ ମହୋତ୍ସବ

କାକଟପୁର,(ୱା ଏନ ଏସ): ପବିତ୍ର ଧର୍ମ ମାସର ଶେଷ ତଥା କାର୍ତ୍ତିକ ପୂର୍ଣ୍ଣିମା ଏବଂ ବେଳାଭୂମି ବାଲିଯାତ୍ରା ଅବସରରେ ସମଗ୍ର ବିଶ୍ବବାସୀଙ୍କ ଆଧ୍ୟାତ୍ମିକ ବିକାଶ ତଥା ବିଶ୍ଵ ଶାନ୍ତି ନିମନ୍ତେ ଅସ୍ତରଙ୍ଗ ସମୁଦ୍ର ବେଳାଭୂମି ଠାରେ ଅବସ୍ଥିତ ପ୍ରସିଦ୍ଧ ଗଙ୍ଗେଶ୍ଵର ମହାଦେବଙ୍କ ପୀଠରେ ସପ୍ତମ ବାର୍ଷିକ ଯଜ୍ଞ ମହୋତ୍ସବ, ସମୁଦ୍ର ଆଳତି ଏବଂ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବେଳାଭୂମି ଯଜ୍ଞ ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସାଧୁସନ୍ଥମାନେ ଯୋଗଦେଇ ପ୍ରବଚନରେ ଭାଗ ନେଇଥିଲେ । ଏହି ଦୁଇ ଦିନ ବ୍ୟାପୀ କାର୍ଯ୍ୟକ୍ରମର ପ୍ରଥମ ଦିବସରେ କଳସ ଶୋଭାଯାତ୍ରା, ଗଙ୍ଗେଶ୍ଵର ମହାଦେବଙ୍କ ଆବାହନ ଏବଂ ଘଟ ସ୍ଥାପନ, ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ, ବୋଇତ ବନ୍ଦାଣ ଏବଂ ସଙ୍କୀର୍ତ୍ତନ ସହିତ ସାଧବ ପୁଅମାନଙ୍କୁ ସ୍ଵାଗତ, ଯଜ୍ଞ ପୂର୍ଣ୍ଣାହୁତି, ଯଜ୍ଞ ପୁସ୍ତିକା ଉନ୍ମୋଚନ ଏବଂ ସମୁଦ୍ର ଆଳତୀ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିବସରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ‘ଏ ମାଟିର ମହକ’ ଶିର୍ଷକ କଳା ଏବଂ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ପରି ଏକ ସୁଚିନ୍ତିତ ସରସ ସୁନ୍ଦର କାର୍ଯ୍ୟକ୍ରମ କୁ ସଂଯୋଜକ, ବିଜେପି ତଥା ଜଗତସିଂହପୁର ଲୋକସଭାର କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସୁଦର୍ଶନ ସ୍ଵାଇଁ ଙ୍କ ପ୍ରତ୍ଯେକ୍ଷ ତତ୍ବାବଧାନ ରେ ଆୟୋଜିତ ହୋଇ ସଫଳ ରୂପାୟନ ହୋଇଥିବାରୁ ସଂସ୍କୃତି ଗବେଷକ ଏବଂ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ଶ୍ରୀଯୁକ୍ତ ସ୍ଵାଇଁ ଙ୍କ ନିକଟକୁ ପ୍ରଶଂସା ର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ