ବେସରକାରୀ କଲେଜକୁ ଅନୁଦାନ, ସଂଘ ତରଫରୁ ସ୍ୱାଗତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଖିଳ ଓଡ଼ିଶା ବେସରକାରୀ ଅନୁଦାନ ଓ ଅଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘ ତରଫରୁ ମନ୍ତ୍ରୀସ୍ତରୀୟ କମିଟି ଚିଠି ନଂ-୧୧୭/୨୦୧୭/୨୬୪୭୪ ତାରିଖ : ୨୪.୦୬.୨୦୨୩ ସୁପାରିଶ କରିଥିବା ୨୦୦୮ରୁ ୨୦୧୩ ମଧ୍ୟରେ ବିଭିନ୍ନ କଲେଜରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ ସରକାର ଅନୁଦାନ ଦେବାର ଯେଉଁ ପ୍ରସ୍ତାବ ରଖିଛନ୍ତି ତାହାକୁ ଅଖିଳ ଓଡ଼ିଶା ବେସରକାରୀ ଅନୁଦାନ ଓ ଅଣଅନୁଦାନ ମହାବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ ସଂଘ ସ୍ୱାଗତ କରିବା ସହିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଉଚ୍ଚଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ ଓ ୫-ଟି ସଚିବ ଭି.କେ ପାଣ୍ଡିୟାନ ସାର୍‌ଙ୍କୁ ସଂଘ ତରଫରୁ କୃତଜ୍ଞତା ଜଣାଯାଇଛି । ୨୦୦୮ ମସିହାରୁ ବେସରକାରୀ ମହାବିଦ୍ୟାଳୟରେ ସ୍ୱଳ୍ପ ଦରମାରେ ଶିକ୍ଷାଦାନ କରୁଥିବା ଅଧ୍ୟାପକଙ୍କ ମହଲରେ ଆନନ୍ଦର ବାର୍ତ୍ତା ପ୍ରଚାରିତ ହୋଇ ଭବିଷ୍ୟତରେ ଶିକ୍ଷାର ଦିଗକୁ ଅଧିକ ଆଗେଇ ନେବା ପାଇଁ ସବୁ ଅଧ୍ୟାପକ ଅଧ୍ୟାପିକାମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଅବସରରେ ସଂଘ ତରଫରୁ ସଫେଇ ଦିଆଯାଉଛି ଯେ, ୨୦୧୩ ପରବର୍ତ୍ତୀ କିଛି ଅଧ୍ୟାପକ ଅଧ୍ୟାପିକା ଆଜି ପର୍ଯ୍ୟନ୍ତ କାମ କରୁଥିଲେ ମଧ୍ୟ ତାଙ୍କୁ ସରକାରଙ୍କ ତରଫରୁ କିଛି ପ୍ରୋତ୍ସାହନ ନ ମିଳିବାରୁ ସେମାନଙ୍କ ମନ ଖରାପ ହେବାରୁ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ତାହା କ୍ରମଶଃ ସମାଧାନ ହୋଇଯିବ । ଏଣୁ ସରକାରଙ୍କୁ ଅନୁରୋଧ, ପ୍ରସ୍ତାବିତ ପ୍ରସ୍ତାବକୁ ଲାଗୁ କରିବାକୁ ସଂଘ ତରଫରୁ ଅନୁରୋଧ କରାଯାଉଛି । ଏହି ଅବସରରେ ସଂଘ ତରଫରୁ ଏକ ସଭାରେ ସାଧାରଣ ସମ୍ପାଦକ ଡ. ରମେଶ ଚନ୍ଦ୍ର ବେହେରା, ସତ୍ୟ ନାରାୟଣ ବଗର୍ତ୍ତି, ସଂଘର ଆବାହକ ରାଜକିଶୋର ବାରିକ, ସଦସ୍ୟ ଦିଲ୍ଲୀପ ମହନ୍ତ, ରାଜକିଶୋର ପ୍ରଧାନ, ଅଧ୍ୟାପିକା ଇତିଶ୍ରୀ ସୁନ୍ଦରା, ଡ. ରଶ୍ମୀ କର, ନିଲୁ ସାର୍‌ଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ସରକାରଙ୍କ ପ୍ରସ୍ତାବକୁ ସ୍ୱାଗତ କରି ଆମ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରଥମ ସଂଘର ସଦସ୍ୟମାନେ ଏହି ପ୍ରସ୍ତାବରେ ଖୁବ୍ ଉତ୍ସାହିତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ