ବେସରକାରୀ ଚକ ଜମିରେ ଅଙ୍ଗନବାଡି କେନ୍ଦ୍ର ଗୃହନିର୍ମାଣ,ସଦରଥାନାରେ ଅଭିଯୋଗ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତର ପୁରୁଷୋତ୍ତମପୁର ମୈାଜାର ଏକ ବେସରକାରୀ ଚକ ଜମି ଖାତା ନମ୍ବର ୨୦୭ର ପ୍ଲଟ ନମ୍ବର ୩୦୮୫ ଏରିଆ ଏ ୧ . ୬୫୦ ଏବଂ ଖାତା ନମ୍ବର ୧୬୮ର ପ୍ଲଟ ନମ୍ବର ୩୦୮୨ର ଏରିଆ ଏ ୦ .୧୯୦ ଉପରେ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ହେଉଥିବା ସମ୍ପର୍କରେ କେନ୍ଦ୍ରାପଡା ବିଡିଓ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । କିନ୍ତୁ ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଗ୍ରାମବାସୀମାନେ ଏଭଳି ବେଆଇନ କାର୍ଯ୍ୟର ବିରୋଧ କରିବାରୁ ବ୍ଲକର ଜନୈକ କନିଷ୍ଠ ଯନ୍ତ୍ରୀ ଓ କେତେକ ସ୍ଥାନୀୟ ଅସାମାଜିକ ଯୁବକ ରାତିରେ ସେହି ବେସରକାରୀ ଜମି ଉପରେ ଜୋରଜବରଦସ୍ତ ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ସମୟରେ ତାକୁ ବିରୋଧ କରାଯିବାରୁ ସେମାନେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା କେନ୍ଦ୍ରାପଡା ସଦର ଥାନାରେ ଚଣ୍ଡିଆପଲ୍ଲୀ ଗ୍ରାମର ଶ୍ୟାମସୁନ୍ଦର ନାୟକଙ୍କ ପୁଅ ଦିଲ୍ଲିପ କୁମାର ନାୟକ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ଥାନା ସୁତ୍ରରୁ ଜଣାପଡିଛି ।


