ବୈଜ୍ଞାନିକ ହେବାକୁ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଶେରଗଡ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଶୁକ୍ରବାର ଠୁରୁବୁରାଈ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ଶିକ୍ଷାଧିକାରୀ ଉପେନ୍ଦ୍ର କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଈଯାଈଛି। କୃଷି, ସୂଚନା ପ୍ରଯୁକ୍ତି ବିଦ୍ୟା, ସ୍ବାସ୍ଥ୍ୟ ଓ ସ୍ବଚ୍ଛତା, ସମ୍ବଳ ପରିଚାଳନା, ଶିଳ୍ପ ଭିତିକ ବିକାଶ, ପରିବହନ ଓ ଯୋଗାଯୋଗ ର ଭବିଷ୍ୟତ, ଶୈକ୍ଷିକ କ୍ରୀଡା ଏବଂ ଗାଣିତିକ ପ୍ରତିରୂପ ଆଦି ବିଷୟରେ ଆଧାରିତ ବିଭିନ୍ନ ବିଦ୍ୟାଳୟ ରୁ ମୋଟ ୧୨୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଈଥିଲା। ଏହି ପ୍ରଦର୍ଶନୀ କୁ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ତ୍ରିଦେବ ରଥ ଉଦଘାଟନ କରିଥିଲେ। ଏଥିରେ ପ୍ରଦର୍ଶନୀ ଉତ୍ସବ ରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାଶିଷ ବରାଳ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ପ୍ରଦର୍ଶନ ର ସୁଯୋଗ ଲାଭ କରି ଭବିଷ୍ୟତରେ ବୈଜ୍ଞାନିକ ହେବାକୁ ପରାମର୍ଶ ଦେଈଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ବାଗତ ଭାଷଣ ଦେଈଥିଲେ। ଶେରଗଡ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟ +୨ ର ଅଧ୍ୟାପକ ଶିଶିର କୁମାର ତ୍ରିପାଠୀ,ଅଧ୍ୟାପକ ଡକ୍ଟର ମନୋଜ କୁମାର ପଣ୍ଡା, ଅଧ୍ୟାପକ କାହ୍ନୁ ଚରଣ ଲେଙ୍କା ବିଚାରକ ଭାବେ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ। ଶିକ୍ଷାଧିକାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଡ଼ିଓ ଶିବାଶିଷ ବରାଳ, ଏବିଈଓ ଶୈଳେନ୍ଦ୍ରୀ ଦଳେଇ ଯୋଗ ଦେଇ ଶ୍ରେଷ୍ଠ ପ୍ରକଳ୍ପ ଗୁଡିକୁ ପୁରସ୍କୃତ କରିଥିଲେ। ଏ ମଧ୍ୟରୁ ୪ କି ପ୍ରକଳ୍ପ ଜିଲ୍ଲା ସ୍ତର କୁ ଉନ୍ନୀତ ହୋଇଥିଲା। ଆଜିର ଏହି ବିଜ୍ଞାନ ପ୍ରଦର୍ଶନୀ ମେଳା କୁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ସିଆରସିସି,ଶିକ୍ଷକ ବାସୁଦେବ ମହାନ୍ତି, ଚିତ୍ରସେନ ପୋଲେଈ, ପପୁନ ପାଣିଗ୍ରାହୀ, ବିଶ୍ବଜିତ ଦାସ ଙ୍କ ସହ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା ବିଭାଗର କର୍ମଚାରୀ ମାନେ ପରିଚାଳନା କରିଥିଲେ।