ବୈଦାଖିଆ ସେବାଶ୍ରମ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ବୈଦାଖିଆ ସେବାଶ୍ରମ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଛି । ପ୍ରଧାନ ଶିକ୍ଷକ ମନ୍ମଥ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପନ୍ଦାଡୋ ପଞ୍ଚାୟତର ସରପଞ୍ଚ ଅନିରୁଦ୍ଧ ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଭାତୀ ବେହେରା, ସି.ଆର.ସି.ସି ଅକ୍ଷୟ କୁମାର ଖଟୁଆ, ୱାର୍ଡସଭ୍ୟ ଶ୍ରୀକାନ୍ତ ପାତ୍ର ପ୍ରମୁଖ ଯେଗଦେଇ ସର୍ବଶିକ୍ଷା ଯୋଜନାରୁ ଆସିଥିବା ଅନୁଦାନରେ ୧୩୩ଜଣ ଛାତ୍ର ଓ ୧୩୪ଜଣ ଛାତ୍ରୀଙ୍କୁ ଦୁଇହଳ ଲେଖାଏଁ ପୋଷ।।କ ଓ ହଳେ ଲେଖାଏଁ ଜୋତା ବଣ୍ଟନ କରିଥିଲେ । ଗୌରୀଦତ୍ତା ମାଝୀ, ମମତାମୟୀ ବିଶ୍ୱକଲ୍ୟାଣୀ ରାଉତ, ରାଜୀବ ଚନ୍ଦ୍ର ଜେନା, ଗଜେନ୍ଦ୍ର ପ୍ରସାଦ ଧାମୁଡିଆ, ଅମୀୟ ରଞ୍ଜନ ରାଉତ, ପରମାନନ୍ଦ ଦାସ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।