ବୈଦିକ ବ୍ରାହ୍ମଣ ସମାଜର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ହିଞ୍ଜିଳିକାଟୁ (ଶେଷଦେବ ସାହୁ): ପୂର୍ବଖଣ୍ଡ ବୈଦିକ ବ୍ରାହ୍ମଣ ସମାଜର ଏକ ସାଙ୍ଗଠନିକ ବୈଠକ ଶୁକ୍ରବାର ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ଗୀତା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶଙ୍କର୍ଶଣ ପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ବେଦପାଠ ସହ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ର ଯୋଗଦେଇ ସମାଜର ନୂତନ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ । ପରେ ସମାଜ ପକ୍ଷରୁ ସ୍ଥାନୀୟ ଅଂଚଳର ୬୦ରୁ ଉର୍ଦ୍ଧ୍ୱ ଅସହାୟ ମହିଳାଙ୍କୁ ବସ୍ତ୍ର ବଂଟନ କରାଯିବା ସହ ଗୀତା ଭବନ ପରିସରରେ ବହୁ ତୁଳସୀ ଚାରା ରୋପଣ କରାଯାଇଥିଲା । ବୈଠକରେ କୂଳ ପୁରୋହିତ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଗରୀବ ବ୍ରାହ୍ମଣ ଶ୍ରେଣୀର ଶିଶୁ ମାନଙ୍କୁ ମାଗଣାରେ ଶାସ୍ତ୍ରୀୟ ଶିକ୍ଷା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ସଭାପତି ପାଠି କହିଛନ୍ତି । ଆୟୋଜିତ ବୈଠକରେ ଉପସଭାପତି ନିଳାମ୍ବର ପାଢି, ସମ୍ପାଦକ କୌଳାଶ ଚନ୍ଦ୍ର ପଣ୍ଡା, ସହ ସମ୍ପାଦକ ଅଖିଳାନନ୍ଦ ତ୍ରିପାଠି, କୋଷାଧ୍ୟକ୍ଷ ରାମକୃଷ୍ଣ ପାଢି, ସହ କୋଷାଧ୍ୟକ୍ଷ ଜୟକୃଷ୍ଣ ପାଢି, ବିମଳ କୁମାର ଖାଡ଼ଙ୍ଗା, ସୂର୍ଯ୍ୟ ନାରାୟଣ ପଣ୍ଡା, ହରିକୃଷ୍ଣ ପାଢି, ଖଡ଼ିରତ୍ନ ସିମାଂଚଳ ପଣ୍ଡିତ, ଗୌରହରି ପାଢିଙ୍କ ସମେତ ହିଂଜିଳିକାଟୁ ବ୍ଳକ ପୂର୍ବଖଣ୍ଡ ତାଲୁକା ବୈଦିକ ବ୍ରାହ୍ମଣ ସମାଜର ବହୁ ପୁରୋହିତ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ