ବୈରୀ ପୁଲିସ ଦ୍ଵାରା ଦୁଇଟି ବେଆଇନ ମାଟି ବୋଝେଇ ଟ୍ରାକ୍ଟର ଜବତ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପୁରୁଣା ରାସ୍ତାକୁ ପ୍ରଶସ୍ତିକରଣ ନାଁରେ ସରକାରୀ ଜମିରୁ ବେଆଇନ ଭାବେ ମାଟି ଉତ୍ତୋଳନ କରି ଚୋରା ମାଟି ସହ ଦୁଇଟି ବୋଝେଇ ଟ୍ରାକ୍ଟର କୁ ବୈରୀ ପୁଲିସ ଜବତ କରିଛି।ଘଟଣାରୁ ପ୍ରକାଶ ଏହି କି ଯେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସୋଲର ପଞ୍ଚାୟତର କୁମ୍ଭେଇ-ଉପୁଳା ରାସ୍ତାର ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ମୋଟ୍ ୪କୋଟି୫୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶ୍ରୀ ଜଗନ୍ନାଥ କଣଷ୍ଟ୍ରକସନ୍ କାମ ହାତକୁ ନେଇ ଥିଲା।ସରକାରୀ ନିୟମାନୁସାରେ ଠିକଣା ଢ଼ଙ୍ଗରେ କାମ ନକରିବାକୁ ନେଇ ଗ୍ରାମବାସୀଙ୍କ ସହିତ ତୁ ତୁ ମେଁ ମେଁ ଲାଗିରହିଥିଲା।କେତେ ବେଳେ ନିମ୍ନମାନର ହୋମ୍ ପାଇପକୁ ନେଇ ତ କେତେ ବେଳେ ରାସ୍ତାରେ ବ୍ୟବହାର କରାଯାଉଥିବା ମାଟିକୁ ନେଇ।ଗତ ଦୁଇ ଦିନ ହେବ ସରକାରୀ ମୁଲ୍ୟବାନ ଜମିରୁ ବିନା ରାଜସ୍ବରେ ଠିକାଦାର ଜଣଙ୍କ ଜେସିପି,ଟ୍ରାକ୍ଟର ଲଗେଇ ମାଟି ଉଠାଉଥିଲା।ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇବା ପରେ ସୋଲର ରାଜସ୍ବ ନିରୀକ୍ଷକ ତୁରନ୍ତ ଦର୍ପଣ ତହସିଲଦାର ଏବଂ ପରେ ବୈରୀ ପୁଲିସକୁ ଅବଗତ କରିବା ପରେ ତୁରନ୍ତ ଥାନାଧିକାରୀ ନିରଞ୍ଜନ ସବର ଙ୍କ ନିର୍ଦ୍ଦେଶ କ୍ରମେ ଏସ୍.ଆଇ ଅନିଲ୍ ସାହୁ ଓ ଅଯୋଧ୍ୟା ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ନଂମ୍ବର ବିହୀନ ଓ ଅନ୍ୟଟି ଓଡ଼ି ୦୪ କେ ୫୭୧୬ ମାଟି ବୋଝେଇ ଟ୍ରାକ୍ଟର ଦୁଇଟିକୁ ଜବତ କରିଥିଲେ।ଏବଂ ଗୋଟିଏ ଜେସିପି ମଧ୍ୟ ଘଟଣା ସ୍ଥଳରେ ଦେଖି ବାକୁ ମିଳିଥିଲା।ଜେସିପି ଡ୍ରାଇଭର ପୁଲିସ କୁ ଦେଖି ଚମ୍ପଟ୍ ମାରିଥିବା ବେଳେ ତହସିଲଦାର ଙ୍କ ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ